fbpx

୫ଜି ଆଣିଲା ପରେ ୪ଜି ଫୋନ୍ କ’ଣ କରିବେ? ୪ଜି କୁ ଅଦରକାରୀ ଭାବି ଭୁଲ କରନ୍ତୁ ନାହିଁ..

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀଗୁଡିକ ବିଭିନ୍ନ ସହରରେ ୫ଜି ସେବା ଆରମ୍ଭ କରିଛନ୍ତି । ହେଲେ ସମ୍ପୂର୍ଣ୍ଣ ଭାରତରେ ୫ଜି ସେବା ପହଞ୍ଚିବାକୁ ଆହୁରି ସମୟ ଲାଗିବ । ଏବେ ବି ବହୁତ ସଂଖ୍ୟାରେ ୪ ଜି ଫୋନ ବ୍ୟବହାର ହେଉଛି । କିନ୍ତୁ ୫ଜି ସେବା ଆରମ୍ଭ ହେବା ପରଠାରୁ ଅନେକ ଲୋକଙ୍କ ମନରେ ପ୍ରଶ୍ନ ହେଉଛି ସେମାନଙ୍କର ୪ଜି ଫୋନ୍ କ’ଣ ହେବ । ଏହା ଅଦରକାରୀ ହୋଇଯିବ ନା ଏହି ଫୋନରେ ମଧ୍ୟ ୫ଜି ଚାଲିବ । ଆସନ୍ତୁ ଜାଣିବା ସମସ୍ତ ପ୍ରଶ୍ନର ଉତ୍ତର …

ଆଜି ଟେକ୍ନୋଲୋଜି ୫ଜି ରେ ପହଞ୍ଚିଛି, ତଥାପି ଅନେକ ଫିଚର ଫୋନ୍ ୨ଜି କୁ ଛାଡି ନାହାନ୍ତିି । କିଛି ଲୋକ ୩ଜି ଏବଂ ୨ଜି ଫୋନ୍ ମଧ୍ୟ ଧରିଛନ୍ତି । ସେହିଭଳି ବର୍ତ୍ତମାନ ୫ଜି ନେଟୱାର୍କ ଆସିଲା ପରେ ପୁରୁଣା ୪ଜି ନେଟୱାର୍କ ବନ୍ଦ ହେବ ନାହିଁ । ବ୍ୟବହାରକାରୀମାନେ ନିଜ ଫୋନରେ ଆରାମରେ ୪ଏ ସ୍ପିଡ୍ ଚଲାଇବାରେ ସକ୍ଷମ ହେବେ ।

୫ଜି ସ୍ପିଡ୍ ଯୋଗୁଁ ଡାଟା ଶୀଘ୍ର ଶେଷ ହୋଇଯାଏ । ଉଦାହରଣ ସ୍ୱରୂପ ଯଦି ଆପଣ ୪ଜି ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କର ୧.୫ ଜିବି ଡାଟା ଦିନସାରା ସୁରୁଖୁରୁରେ ଚାଲିଥାଏ । କିନ୍ତୁ ୫ଜି ରେ ଏହି ଡାଟା ମାତ୍ର ୧.୫ ରୁ ୨ ଘଣ୍ଟା ମଧ୍ୟରେ ଶେଷ ହୋଇଯାଏ ।

ସେଥିପାଇଁ ଅନେକ ଲୋକ ୫ଜି ଫୋନ୍ ଧରି ମଧ୍ୟ ସେଟିଂରେ ୪ଜି ନେଟୱାର୍କ ରଖିଥାନ୍ତି । ତେଣୁ ଯଦି ଆପଣ କେବଳ ୪ଜି ନେଟୱାର୍କ ଚାହାଁନ୍ତି ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କର ପୁରୁଣା ୪ଜି ଫୋନକୁ ଫିଙ୍ଗିବାକୁ ପଡିବ ନାହିଁ ।

ଏହା ସହ ୫ଜି ଫୋନରେ ଆପଣଙ୍କୁ ରିଚାର୍ଜ ଅଧିକ ଖର୍ଚ୍ଚ କରିବାକୁ ପଡିବ । କାରଣ ଡାଟା ଶୀଘ୍ର ଶେଷ ହେବ ।

ଏବେ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ୪ଜି ଫୋନ୍ ରେ ୫ଜି ବ୍ୟବହାର କରତି ହେବ କି ? ନା ୪ଜିରେ ୫ଜି ଚାଲିବ ନାହିଁ, ୫ଜି ଫୋନ୍ କିଣିବାକୁ ପଡିବ ।

Get real time updates directly on you device, subscribe now.