fbpx

ମର୍ମନ୍ତୁଦ ଦୁର୍ଘଟଣା: ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଡା , ୭୮ରୁ ଅଧିକ ମୃତ୍ୟୁ ଅନେକ ଲୋକ ଆହତ

ନୂଆଦିଲ୍ଲୀ : ୟେମେନରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଏପରି କିଛି ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ଷ୍ଟାମ୍ପଡରେ ୭୮ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ବୁଧବାର ରାତିରେ ୟେମେନର ରାଜଧାନୀରେ ଏହି ଘଟଣା ଘଟିଛି। ଅଲ ମାସିରା ଟିଭି ନ୍ୟୁଜ୍ ଅନୁଯାୟୀ, ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି, ଯେଉଁଥିରୁ ୧୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି । ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ପବିତ୍ର ରମଜାନ ମାସରେ ବଣିକମାନେ ମୁସଲମାନମାନଙ୍କୁ ଆର୍ଥିକ ସହାୟତା ବଣ୍ଟନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଷ୍ଟାମ୍ପଡ ଘଟିଛି।

ଏକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଠାରେ ଶହ ଶହ ଲୋକ ଏଠି ଏକାଠି ହେଇଥିଲେ। ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ଲୋକଙ୍କୁ ୫୦୦୦ ୟେମେନ ରିୟାଲ ବଣ୍ଟନ କରାଯାଉଥିଲା ଯାହା ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରାୟ ୯ ଡଲାର ଥିଲା। ଦୁଇଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଏହି ଟଙ୍କା ନେବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ।

ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏହି କାର୍ଯ୍ୟକ୍ରମକୁ ଦୁଇଜଣ ବ୍ୟବସାୟୀ ଆୟୋଜନ କରିଛନ୍ତି, ଉଭୟଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ ଚାଲିଛି।

Get real time updates directly on you device, subscribe now.