fbpx

BJD-BJP ଘୋଷଣା କଲେ ଷ୍ଟାର ପ୍ରଚାରକଙ୍କ ତାଲିକା: ଝାରସୁଗୁଡ଼ା ଉପନିର୍ବାଚନ ଲଢ଼େଇ ଏଥର ଜମିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମେ ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଯେନତେନ ପ୍ରକାରେଣ ଝାରସୁଗୁଡ଼ା ଦଖଲ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପୂର୍ବରୁ ବିଜେଡି ତା’ର ପର୍ଯ୍ୟବେକ୍ଷକଙ୍କ ତାଲିକା ଘୋଷଣା କରିଥିବା ବେଳେ ବିଜେପି ନିର୍ବାଚନ ପ୍ରଚାର ଓ ପରିଚାଳନା ପାଇଁ ଦୁଇଟି ଟିମ୍ ଘୋଷଣା କରିଥିଲା ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ଦିପାଳୀ ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । ଗତ ୧୮ ତାରିଖରେ କଂଗ୍ରେସ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଥିଲା । ତେବେ ଏହା ମଧ୍ୟରେ ଆଜି ବିଜେଡି ଓ ବିଜେପି ସେମାନଙ୍କର ମଧ୍ୟ ସେମାନଙ୍କର ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛନ୍ତି ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ଦଳର ସଭାପତି ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦେବି ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ ପ୍ରମୁଖ ସ୍ଥାନ ପାଇଛନ୍ତି । ସେହିପରି ବିଜେପି ମଧ୍ୟ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ଏହି ତାଲିକାରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅଶ୍ୱିନୀ ବୈଷ୍ଣବ, ଜୟନାରାୟଣ ମିଶ୍ର ପ୍ରମୁଖ ସ୍ଥାନ ପାଇଛନ୍ତି ।

 

Get real time updates directly on you device, subscribe now.