fbpx

ଦେଶ ପାଇଁ ଜୀବନ ଦେଲେ ଓଡ଼ିଆ ପୁଅ: ଜମ୍ମୁ କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଓଡ଼ିଆ ଯବାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣରେ ଅନ୍ୟ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଜମ୍ମୁ କଶ୍ମୀରର ରାଜୌରୀ ସେକ୍ଟର ସ୍ଥିତ ଭୀମବେର ଗଲି ଓ ପୁଞ୍ଚ ମଧ୍ୟ ଦେଇ ଯାଇଥିବା ଏକ ହାଇୱେରେ ଆର୍ମି ଗାଡ଼ି ଯାତ୍ରା କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା ।

ସୂଚନା ମୁତାବକ, ଆତଙ୍କବାଦୀମାନେ ଆର୍ମି ଗାଡ଼ି ଉପରକୁ ଅଚାନକ ଗୁଳିମାଡ଼ କରିଥିେଲେ । ଭୀଷଣ ବର୍ଷା ଓ ରାସ୍ତା କମ୍ ଦୃଶ୍ୟମାନ ହେଉଥିବାରୁ ଏହାର ଫାଇଦା ନେଇ ଆତଙ୍କବାଦୀମାନେ ହମଲା କରିଦେଇଥିଲେ । ତେବେ ଆତଙ୍କବାଦୀ ସଂଗଠନ ଜୈସ ସମର୍ଥିତ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଏଫଏଫ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଖବର ପାଇ ଜମ୍ମୁର ଏଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ତେବେ ଜମ୍ମୁ କଶ୍ମୀରରେ ହୋଇଥିବା ଭୟଙ୍କର ଆକ୍ରମଣ ଓଡ଼ିଶା ପାଇଁ ଏକ ଗଭୀର ଦୁଃଖ ଆଣି ଦେଇଛି । ଏହି ଆକ୍ରମଣରେ ଜଣେ ଓଡ଼ିଆ ପୁଅ ପ୍ରାଣବଳୀ ଦେଇଛନ୍ତି । ୫ ଜଣ ସହିଦଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ । ବୀର ଯବାନ ଦେବାଶିଷଙ୍କ ଘର ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତର ଖଣ୍ଡାୟତ ସାହିରେ ବୋଲି ଜଣାପଡ଼ିଛି । ଏହି ଖବର ପାଇବା ପରେ ଦେବାଶିଷଙ୍କ ପରିବାରରେ ଶୋକର ଲହରୀ ଖେଳି ଯାଇଛି । ସହିଦଙ୍କ ଆତ୍ମାକୁ ଈଶ୍ୱର ଶାନ୍ତି ପ୍ରଦାନ କରନ୍ତୁ ଏହା ହିଁ କାମନା ।

Get real time updates directly on you device, subscribe now.