fbpx

ଫେସବୁକରେ ରହିବେ ଅନଲାଇନ, ହେଲେ ସମସ୍ତଙ୍କୁ ଦେଖାଇବ ଅଫଲାଇନ, ବହୁତ କମ ଲୋକ ହିଁ ଜାଣିଛନ୍ତି ଏହି ଉପାୟ

ନୂଆଦିଲ୍ଲୀ: ଫେସବୁକ୍ ଏପରି ଏକ ସୋସିଆଲ ମିଡିଆ ଯେଉଁଥିରେ ପ୍ରାୟ ସମସ୍ତଙ୍କ ଆକାଉଣ୍ଟ ରହିଛି । ଏଥିରେ ପୋଷ୍ଟ ସେୟାର କରିବା, ଫଟୋ ସେୟାର କରିବା, ଭିଡିଓ ପକାଇବା ଆଦି ସେବା ରହିଛି । ଏହା ବ୍ୟତୀତ ବ୍ୟବହାରକାରୀ ମେସେଜ ଚାର୍ଟ କିମ୍ବା କଲ କରି କଥା ମଧ୍ୟ ହୋଇପାରିବେ । ତେବେ ଫେସବୁକରେ ଯିଏ ଅନଲାଇନ ଥାଆନ୍ତି, ସେମାନଙ୍କ ନାମ ନିକଟରେ ଏକ ସବୁଜ ରଙ୍ଗ ଦେଖାଯାଇଥାଏ । କିଛି ଲୋକେ ଅଛନ୍ତି ଫେସବୁକରେ ଅନଲାଇନ ଦେଖିବା ମାତ୍ରେ ମେସେଜ କରିବା ଆରମ୍ଭ କରିଦିଅନ୍ତି । ଏହା ଲୋକଙ୍କୁ ଅଯଥା ଚିନ୍ତାରେ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଫେସବୁକରେ ଆପଣ ଅନଲାଇନ ରହିଥିଲେ ମଧ୍ୟ ସମସ୍ତଙ୍କୁ ଅଫଲାଇନ ଦେଖାଇବ ।

-ପ୍ରଥମେ ମେସେଂଜରର ଡାହାଣ ପାଶ୍ୱର୍ରେ ଥିବା ବଟମକୁ କ୍ଲିକ୍ କରନ୍ତୁ
-ଏହାପରେ ତିନୋଟି ଡଟ୍ ଉପରେ ଟ୍ୟାପ କରନ୍ତୁ
-ବର୍ତ୍ତମାନ ଆପଣଙ୍କ ନିକଟରେ ଚାର୍ଟ ସେଟିଙ୍ଗ ଖୋଲିଯିବ
-ଏଠାରେ ଥିବା ଆକ୍ଟିଭ ଷ୍ଟାଟସ ଟିକୁ ବନ୍ଦ କରନ୍ତୁ ।
-ଏଥିରେ ଆପଣଙ୍କୁ ଦେଖାଇବ ଯେ କେବଳ ସବୁଜ ରଙ୍ଗ ଦେଖାଇବା ବନ୍ଦ କରିବାକୁ ପଡିବ ନା କିଛି ନାମକୁ ବ୍ଲକ୍ କରିବାକୁ ପଡିବ ।
-ସିଲେକ୍ଟ କରିବା ପରେ ଆପଣଙ୍କୁ ‘ଓକେ’ ବଟମ୍ ଉପରେ କ୍ଲିକ୍ କରିବାକୁ ପଡିବ ।

ମୋବାଇଲ ପାଇଁ ଅଲଗା ଉପାୟ ରହିଛି

ଏଥିପାଇଁ ଆପଣଙ୍କୁ ଫେସବୁକ ମେସେଞ୍ଜର ଆପ ଖୋଲିବାକୁ ପଡିବ ।
ଏଥିପାଇଁ ଆପଣ ନିଜର ପ୍ରୋଫାଇଲ ଫଟୋ ଉପରେ ଟ୍ୟାପ କରିବାକୁ ପଡିବ
ଏଠାରେ ଆପଣଙ୍କୁ ଆକ୍ଟିଭ୍ ଷ୍ଟାଟସର ଅପସନ୍ ମିଳିବ
ଏଠାରେ ଆପଣ ନିଜ ହିସାବରେ ଟାଁଗଲ ଅଫ କରିପାରିବେ

Get real time updates directly on you device, subscribe now.