fbpx

କୋରାପୁଟରେ ୭ ମିନିଟରେ ୫୩୯୫ ବଜ୍ରପାତ: ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପ୍ରଶାସନ

କୋରାପୁଟ: କୋରାପୁଟ ଜିଲ୍ଲାରେ ଭୟଙ୍କର ରୂପ ନେଇଛି ବଜ୍ରପାତ । ଝଡ ତୋଫାନ ସହ ଭୀଷଣ ବଜ୍ରପାତ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି । ମାତ୍ର ୭ ମିନିଟ ଭିତରେ ୫୩୯୫ରୁ ଅଧିକ ଥର ବଜ୍ରପାତ ହୋଇଥିବା ରେକର୍ଡ ହୋଇଛି । ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡବର୍ଷା ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଭୟ ବୃଦ୍ଧି କରିଛି ଏହି ବଜ୍ରପାତ । ତେବେ କ୍ଷୟକ୍ଷତି ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ଅନୁସାରେ, ଗତ ୩ ଦିନରୁ କୋରାପୁଟ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବଜ୍ରପାତ । ଆଜି ମାତ୍ର ୭ ମିନିିଟରେ ପ୍ରାୟ ୫୩୯୫ରୁ ଅଧିକ ଥର ବଜ୍ରପାତ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସରକାରଙ୍କ ଦାମିନୀ ଆପ୍ । ଜିଲ୍ଲାର ବୈପାରୀଗୁଡା, କୋରାପୁଟ, ଜୟପୁର, ସେମିଳିଗୁଡା ଏବଂ ନନ୍ଦନପୁର, ଲମତାପୁଟ ଇତ୍ୟାଦି ଅଞ୍ଚଳରେ ବଜ୍ରପାତ ହୋଇଛି । ତେବେ ଏହି ବଜ୍ରପାତ ଖୁବ ଘାତକ ହୋଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଜିଲ୍ଲା ଜରୁରୀକାଳୀନ ବିଭାଗ ରିପୋର୍ଟ ଅପେକ୍ଷା ରହିଛି । ଗତ ୬ ତାରିଖରେ ମାତ୍ର ୩୦ ମିନିଟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୩୭୬୨ରୁ ଅଦିକ ଥର ବଜ୍ରପାତ ହୋଇଥିଲା । ତେବେ ଆଜିର ଏହି ବଜ୍ରପାତ ରେକର୍ଡ ଭଙ୍ଗ କରିଛି । ତେଣୁ ପରିସ୍ଥିତିକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛନ୍ତି ।

Get real time updates directly on you device, subscribe now.