fbpx
BJD SKY
BJD SKY

ବଡ ଖବର, ଆଖି ବୁଜିଲେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ: ୮୩ ବର୍ଷ ବୟସରେ ପରଲୋକ

BJD

ଭୁବନେଶ୍ୱର: ଆଜି ସକାଳେ ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି । ଅସୁସ୍ଥତା କାରଣୁ ଗତ ୩୦ ତାରିଖରୁ ସେ ହସ୍ପିଟାଳରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । କିନ୍ତୁ ଆଜି ସକାଳ ୭ଟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୮୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଜଗତସିଂହପୁରର ପୂର୍ବତନ ସାଂସଦ । ତାଙ୍କର ରାଜନୀତି କ୍ୟାରିୟରରେ ସେ ୩ ଥର ବିଧାୟକ ଏବଂ ଥରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.