fbpx

ଯେତେଦିନ ପର୍ଯ୍ୟନ୍ତ ଟୀକା ଆସିନି, ଲକ୍-ଡାଉନ୍ ଜାରି ରହିବ

ଦେଶରେ କରୋନା ପାଇଁ ଲକ୍-ଡାଉନ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଲକ୍-ଡାଉନ୍ ମେ ୩ରେ ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଏହାକୁ ଆହୁରୀ ବୃଦ୍ଧି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏନେଇ କେନ୍ଦ୍ର ସରକାର କେଉଁ ସମୟରେ ବି ଘୋଷଣା କରିପାରନ୍ତି । କିନ୍ତୁ ତ୍ରିପୁରା ସରକାର ଲକ୍-ଡାଉନକୁ ନେଇ ଘୋଷଣା କରିଛନ୍ତି ଯେ, ଏବେ ରାଜ୍ୟରେ ଲକ୍-ଡାଉନ୍ ଖୋଲିବ ନାହିଁ । ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ କହିଛନ୍ତି ଯେ, ଯେତେ ଦିନ ପର୍ଯ୍ୟନ୍ତ କରୋନା ଟୀକା ନଆସିଛି, ସେତେଦିନ ପର୍ଯ୍ୟନ୍ତ ଲକ୍-ଡାଉନ୍ ଜାରି ରହିବ । ଏନେଇ ରାଜ୍ୟରେ ଆଜି ୪ ଘଣ୍ଟା ପର୍ଯ୍ୟନ୍ତ ବୈଠକ ହୋଇଥିଲା ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଲକ୍-ଡାଉନ୍ ହଟାଇବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ବ୍ରିଟେନ, ଆମେରିକା ଓ ଚୀନ ପକ୍ଷରୁ ଦାବି ହେଉଛି କି ଚଳିତ ବର୍ଷ ଶେଷ ସୁଦ୍ଧା ଟୀକା ପ୍ରସ୍ତୁତ ହୋଇଯିବ । ସେତେଦିନ ପର୍ଯ୍ୟନ୍ତ ରାଜ୍ୟରେ ଲକ୍-ଡାଉନ୍ ଖୋଲିବ ନାହିଁ । ତେବେ ମଣିଷ ଉପରେ ଟୀକାର ଟ୍ରାଏଲ ଚାଲିଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.