fbpx

ଘରବାଲି ନୁହେଁ, ବାହାରବାଲିକୁ ଅଧିକ ପସନ୍ଦ କରନ୍ତି ପୁରୁଷ, ଜାଣନ୍ତୁ କାରଣ

ର୍ତ୍ତମାନ ସମୟରେ ସମ୍ପର୍କର ପରିଭାଷା ବଦଳି ଯାଇଛି । ଏହା ଠିକ୍ କାର୍ଯ୍ୟ ହୋଇ ନଥିଲେ ମଧ୍ୟ କେତେକ ପୁରୁଷ ନିଜ ପତ୍ନୀଙ୍କ ଅପେକ୍ଷା ନିଜ ଗାର୍ଲଫ୍ରେଣ୍ଡ୍ ଅଧିକ ପସନ୍ଦ ଆସିଥାନ୍ତି । ଜାଣନ୍ତୁ ଏହାର କେତେକ କାରଣ
୧. ଅଧିକ ସ୍ୱାଧିନତା ପାଇଥାନ୍ତି
ପତ୍ନୀମାନେ ଅନେକ ବିଷୟରେ ଏହା କରିବନି ତାହା କରିବନି କହି ବାରଣ କରିଥାନ୍ତି । କିନ୍ତୁ ଗାର୍ଲଫ୍ରେଣ୍ଡଙ୍କ କ୍ଷେତ୍ରରେ ଏପରି ହୋଇ ନଥାଏ । ତେଣୁ ପତ୍ନୀଠାରୁ ଗାର୍ଲଫ୍ରେଣ୍ଡ୍ ଭଲ ବୋଲି କେତେକ ପୁରୁଷ ଭାବିଥାନ୍ତି ।

୨. ପ୍ରତି ପ୍ରସଙ୍ଗରେ ଉତ୍ତର ଦେବାକୁ ପଡ଼ି ନଥାଏ
ପତ୍ନୀଙ୍କୁ ପ୍ରତି ପ୍ରସଙ୍ଗର ଓ ପ୍ରତି ମୁହୁର୍ତ୍ତର ହିସାବ ଦେବାକୁ ପଡ଼ିଥାଏ । କିନ୍ତୁ ଗାର୍ଲଫ୍ରେଣ୍ଡ କୌଣସି ବିଷୟରେ ହିସାବ ମାଗି ନଥାନ୍ତି । କୌଣସି ଛୋଟ ମୋଟ ବିଷୟରେ କଟକଣା ଜାରି କରିନଥାନ୍ତି । ତେବେ କେତେକ କ୍ଷେତ୍ରରେ ପୁରଷମାନେ ନିଜ ବାହାରବାଲିର ନିକଟତର ହେବାକୁ ଛୋଟ ମୋଟ ଘଟଣା ନିଜ ଆଡ଼ୁ ପ୍ରକାଶ କରିଥାନ୍ତି । ଅନ୍ୟପଟେ ଘରୁ ଅଫିସ ବାହାରିବାଠାରୁ ଅଫିସରୁ ଘରକୁ ଫେରିବା ପର୍ଯ୍ୟନ୍ତ ସମସ୍ତ ବିଷୟରେ ନିଜ ପତ୍ନୀଙ୍କୁ ପ୍ରତି ମିନିଟ୍‌ର ହିସାବ ଦେବାକୁ ପଡ଼ିଥାଏ । ତେଣୁ ସେଥିପାଇଁ ବାହାରବାଲି ଭଲ ବୋଲି କେତେକ ପୁରୁଷ ଭାବିଥାନ୍ତି ।

୩. ଗୋଇନ୍ଦାଗିରି ହୋଇ ନଥାଏ
ଗାଲଫ୍ରେଣ୍ଡ୍ ସବୁବେଳେ ସାଥିରେ ରହିପାରୁ ନଥିବାରୁ ଅଧିକ ନଜର ରଖି ପାରନ୍ତି ନାହିଁ । କିନ୍ତୁ ବିବାହିତ ପୁରୁଷଙ୍କ ନିକଟରେ ତାଙ୍କ ପତ୍ନୀ ଅଧିକାଂଶ ସମୟରେ ରହିଥାନ୍ତି ଏବଂ ସ୍ୱାମୀଙ୍କ ପ୍ରତ୍ୟେକ କାର୍ଯ୍ୟ ଉପରେ ନଜର ରଖିଥାନ୍ତି ।

୪. ପରମିସନର ଆବଶ୍ୟକତା ନାହିଁ
ଗାର୍ଲଫ୍ରେଣ୍ଡଠାରୁ ପ୍ରତ୍ୟେମ ବିଷୟରେ ପରମିସନ୍ ନେବାର ଆବଶ୍ୟକତା ପଡ଼ି ନଥାଏ । କିନ୍ତୁ ପତ୍ନୀଙ୍କଠାରୁ ପରମିସନ୍ ବା ଉପଦେଶ ନେବାକୁ ପଡ଼ିଥାଏ, ନଚେତ୍ ସେ ରାଗିଯିବାର ସମ୍ଭାବନା ମଧ୍ୟ ଥାଏ ।

୫. କାଗଜପତ୍ରର ଆବଶ୍ୟକତା ନାହିଁ
ବିବାହ କରିବାକୁ ଦାବି କରୁନଥିବା ବାହାରବାଲି ଯଦି ମିଳିଯାଏ ତେବେ ଅନେକ ଭଲ ବୋଲି କେତେକ ପୁରୁଷ ଭାବିଥାନ୍ତି । ତେଣୁ ନିଜ ପତ୍ନୀ ତୁଳନାରେ ବାହାରବାଲି ଭଲ ବୋଲି ସେମାନେ ଚିନ୍ତା କରିଥାନ୍ତି ।
ତେବେ ବାହାରବାଲି ଅପେକ୍ଷା ନିଜ ପତ୍ନୀ ପ୍ରକୃତରେ ଭଲ ବୋଲି ସେମାନେ ଚିନ୍ତା କରିବା ଆବଶ୍ୟକ ।

Get real time updates directly on you device, subscribe now.