fbpx

ସ୍ୱପ୍ନ ପୂରଣର ରହସ୍ୟ ଜାଣନ୍ତୁ: ଜୀବନର ଲକ୍ଷ୍ୟକୁ ନୋଟବୁକରେ ଲେଖନ୍ତୁ, ସଫଳତା ନିଶ୍ଚିତ ମିଳିବ, ରିସର୍ଚ୍ଚରୁ ପ୍ରମାଣିତ

ସଫଳତା ଏପରି ଏକ ଶବ୍ଦ ଯାହାକୁ ସମସ୍ତେ ପାଇବାକୁ ଶତ ଚେଷ୍ଟା କରିଥାନ୍ତି । କିଏ ତାହାକୁ ସହଜରେ ପାଇଯାଏ ତ ଆଉ କିଏ କଠିନ ସଂଘର୍ଷ କରିଥାଏ । ତେବେ ବିନା ସଂଘର୍ଷରେ ସଫଳତା ମିଳେନାହିଁ ବୋଲି ବହୁ ମହାମନୀଷୀ, ବିଦ୍ୱାନମାନେ କହି ଯାଇଛନ୍ତି । ଆମ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି କଠିନ ପରିଶ୍ରମ କଲା ପରେ ବି ସ୍ୱପ୍ନ ପୂରଣ କରିପାରନ୍ତି ନାହିଁ ବୋଲି କହିଥାନ୍ତି । ଏହା କିପରି ଘଟେ । ବାସ୍ତବ କଥା ହେଉଛି, ଅନେକ ଲୋକ ଜୀବନରେ ଆଗକୁ ବହୁତ କ୍ଷିପ୍ର ଗତିରେ ଦୌଡ଼ିଥାନ୍ତି, ମାତ୍ର ଭୁଲ ରାସ୍ତାରେ । ସେଥିପାଇଁ ଫଳାଫଳ ମଧ୍ୟ ଭୁଲ୍ ଆସିଥାଏ ।

ତେବେ ଜୀବନରେ ସଫଳତା ହାସଲ କରିବା ପାଇଁ ବହୁଲୋକ ବହୁ ମତ ଦେଉଛନ୍ତି । ଆମେ ଆପଣଙ୍କୁ ଏଠାରେ କେବଳ ଗୋଟିଏ ପଏଣ୍ଟ ଦେବୁ । ଯଦି ଆପଣ ଏହି ପଥକୁ ଅନୁସରଣ କରିବେ, ତେବେ ଫଳାଫଳ ଆପଣ ନିଜେ ଅନୁଭବ କରିପାରିବେ । ସର୍ବପ୍ରଥମେ ଆପଣ ନିଜର ଲକ୍ଷ୍ୟକୁ ନେଇ ସ୍ପଷ୍ଟ ହୁଅନ୍ତୁ । ଲକ୍ଷ୍ୟକୁ ଏକ ଡାଏରୀ, ଖାତାରେ ଲେଖନ୍ତୁ । ଯଦି ଆପଣ ଲକ୍ଷ୍ୟକୁ ଲେଖିବେନି ତେବେ ତାହାକୁ ପୂରା କରିପାରିବେ ନାହିଁ । ଲକ୍ଷ୍ୟକୁ ସ୍ପଷ୍ଟ ଭାବେ ଲେଖିବା ଫଳରେ ତାହା ଆପଣଙ୍କ ବ୍ରେନରେ ସ୍ପଷ୍ଟ ଭାବେ ଛାପି ହୋଇ ରହିଯାଇଥାଏ ।

ଫଳରେ ଲକ୍ଷ୍ୟ ହାସଲ ଦିଗରେ ଏହା ଆପଣଙ୍କୁ ପ୍ରେରିତ କରିଥାଏ । ଲେଖିବା ଦ୍ୱାରା ଆପଣଙ୍କ ମନରେ ଏକ ଶକ୍ତି ଜାଗ୍ରତ ହେବା ସହ ମନୋବଳ ବୃଦ୍ଧି ହୁଏ । ଦିନେ, ମାସେ, ବର୍ଷେ ପରେ ଦେଖିବେ ଲେଖିବା ନାମକ ଏହି ଛୋଟିଆ ଗଛଟି ଦିନେ ଏକ ବିଶାଳ ବଟବୃକ୍ଷ ପାଲଟି ଯାଇଛି । ଆଉ ତା’ ଭିତରେ ଜୀବନରେ ସମସ୍ତ ଲକ୍ଷ୍ୟ ଲିପିବଦ୍ଧ ହୋଇ ରହିଛି । ୫ ବର୍ଷ ତଳର ଆଉ ଆଜିର ଜୀବନର ଲକ୍ଷ୍ୟ ଭିତରେ ସେପରି ବେଶି ଫରକ ନଥାଏ । ହୁଏତ ଜଣେ କୌଣସି ଲକ୍ଷ୍ୟ ହାସଲ କରିବାରେ ପରେ ନୂଆ ସ୍ୱପ୍ନ ଦେଖିଥାଏ । ନଚେତ୍ ମଣିଷର ଲକ୍ଷ୍ୟ ସର୍ବଦା ସମାନ ରହିଥାଏ ।

କୌଣସି ଲକ୍ଷ୍ୟକୁ ଲେଖିବା ଦ୍ୱାରା ତାହା ପୂରଣ ହେବାର ଚାନ୍ସ ୪୨ ପ୍ରତିଶତ ବଢ଼ିଯାଇଥାଏ ବୋଲି ରିସର୍ଚ୍ଚରୁ ପ୍ରମାଣିତ ହୋଇଛି । ଲକ୍ଷ୍ୟକୁ ଲେଖିବା ଫଳରେ ତାହା ଆମର ସ୍ମୃତିଶକ୍ତିରେ ସବୁଦିନ ପାଇଁ ରହିଯାଇଥାଏ । ଏବେ ଆପଣ ଯାହା ଭାବିବେ, ତାହା ଆଉ କିଛି ଘଣ୍ଟା ବା ଦିନ ପରେ ତାହା ମନରେ ନଥିବ । ମାତ୍ର ଥରେ ଯାହାକୁ ଆପଣ ଲେଖିଦେବେ ତାହା ଯେତେବେଳେ ଦ୍ୱିତୀୟ, ତୃତୀୟ ଥର ପଢ଼ିବେ, ସେତେବେଳେ ଆପଣଙ୍କ ବ୍ରେନ ଅନ୍ୟ ଏକ ଦୁନିଆକୁ ଚାଲିଯିବ । ଲକ୍ଷ୍ୟକୁ ଲେଖିବା ନିହାତି ଜରୁରୀ । ସେଥିପାଇଁ ସବୁବେଳେ ସାଙ୍ଗର ଏକ ନୋଟବୁକ୍ ନେଇ ଯିବାକୁ ବିଶ୍ୱସ୍ତରର ବହୁ ଖ୍ୟାତନାମା ଲେଖକମାନେ ପରାମର୍ଶ ଦେଇଛନ୍ତି । ଏ ଦୁନିଆରେ ଏପରି ବହୁ ମହାନ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ନିଜର ଲକ୍ଷ୍ୟକୁ ଲେଖିବା ଅଭ୍ୟାସ କରିଥିଲେ । ଫଳରେ ସେମାନେ ଜୀବନରେ ଯାହା ଚାହୁଁଥିଲେ ତାହାକୁ ହାସଲ କରିପାରୁଥିଲେ ।

Get real time updates directly on you device, subscribe now.