ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନଙ୍କ ଓଭରଟାଇମ କାମ କରିବା ଏବଂ ଏଥିପାଇଁ ପେମେଣ୍ଟ ବ୍ୟବସ୍ତାକୁ ନେଇ ଏକ ନୂଆ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ତେବେ ଏହି ଶୁଣାଣି ସରକାରୀ କର୍ମଚାରୀମାନଙ୍କୁ ଏକ ଝଟକା ଦେଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଓଭରଟାଇମ କାମ କରିବା ପାଇଁ କୌଣସି ଟଙ୍କା ପାଇବାର ହକଦାର ନୁହେଁ । କାରଣ ସମୟ ସମୟରେ ବେତନ ଆୟୋଗୀ ସୁପାରିଶ ମାଧ୍ୟମରେ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥାଏ । କିନ୍ତୁ ଠିକାରେ କାମ କରୁଥିବା କର୍ମଚାରୀମାନେ ଏହୁ ସୁବିଧା ପାଇପାରନ୍ତି ନାହିଁ ।
ଏହାବ୍ୟତୀତ ସରକାରୀ କର୍ମଚାରୀଙ୍କୁ ଆହୁରି ଅନେକ ପ୍ରକାରର ବିଶେଷ ଅଧିକାର ମିଳିଥାଏ । ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାରୀ କର୍ମଚାରୀ କାମ କରିବା ପରେ ଓଭରଟାଇମ କାମ ପାଇଁ ପେମେଣ୍ଟ ଦାବି କରିପାରିବେ ନାହିଁ । କାରଣ ସେବାକୁ ନିୟନ୍ତ୍ରଣ କରୁଥିବା ଏଭଳି କୌଣସି ବ୍ୟବସ୍ଥା ନିୟମର ଅଂଶୀଦାର ନୁହେଁ । ମାମଲାର ଶୁଣାଣି ସମୟରେ ଜଷ୍ଟିସ ବି ରାମାସୁଭ୍ରମଣିୟମ ଏବଂ ପଙ୍କଜ ମିତ୍ତରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । କାରଖାନା ଏବଂ ଶିଳ୍ପ ପ୍ରତିଷ୍ଠାନ ଗୁଡିକରେ କାର୍ଯ୍ୟରତ ଲୋକଙ୍କ ପରି ସାର୍ବଜନିକ ସେବାରେ କାମ କରୁଥିବା ବ୍ୟକ୍ତି ସିଭିଲ ପୋଷ୍ଟ, ସଂଘ କିମ୍ବା ରାଜ୍ୟର ସିଭିଲ ସର୍ଭିସରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନିୟମ ଅନୁଯାୟୀ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଅଟନ୍ତି । ସେମାନେ ଓଭରଟାଇମ ପାଇଁ କୌଣସି ପେମେଣ୍ଟ ମାଗିପାରିବେ ନାହିଁ ।
ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଏବଂ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଯେ କେବଳ ନିଗମ ସହିତ ଜଡିତ କର୍ମଚାରୀମାନେ ଓଭରଟାଇମ ପାଇଁ ଭତ୍ତା ପାଇବାକୁ ଯୋଗ୍ୟ ଅଟନ୍ତି । କର୍ମଚାରୀଙ୍କ ପାଇଁ ଦୁଇ ଗୁଣ ଓଭରଟାଇମ ଭତ୍ତା ଦାବି କରିବାର କୌଣସି ପ୍ରଶ୍ନ ହିଁ ନଥିଲା । କିମ୍ବା ନିୟମ ଉଲ୍ଲଙ୍ଘନ କରୁଥିବା କୌଣସି ବ୍ୟକ୍ତିଙ୍କ ତରଫରୁ କିଛି ଫାଇଦା ପାଇଁ ଦାବି କରାଯାଇ ପାରିବ ନାହିଁ । ତେବେ ଓଭରଟାଇମ ଭତ୍ତା ପ୍ରସଙ୍ଗକୁ ନେଇ ସିମ୍ୟୁରିଟି ପ୍ରିଣ୍ଟିଙ୍ଗ ଆଣ୍ଡ ମିଟିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ଏବଂ ଏହାର କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ବିବାଦ ଉପରେ ଏହି ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।