fbpx

ବାତିଲ ହେଲା OSSC ଆକାଉଣ୍ଟାଣ୍ଟ ପରୀକ୍ଷା, ପ୍ରିଲିମ ପରୀକ୍ଷା ପାଇଁ ଖୁବ ଶୀଘ୍ର ପ୍ରକାଶ ପାଇବ ଅନ୍ୟ ତାରିଖ

ଭୁବନେଶ୍ୱର: ପୁନର୍ବାର ହେବ OSSC ଆକାଉଣ୍ଟାଣ୍ଟ ପରୀକ୍ଷା। ପ୍ରଶ୍ନ ପତ୍ରରେ ଥିବା ବ୍ୟାପକ ତ୍ରୁଟି ପରେ ଏହି ପରୀକ୍ଷା ଆଉଥରେ କରିବା ପାଇଁ ନିଷ୍ପତି ନିଆଯାଇଛି । ଏଥି ପାଇଁ ଓଏସଏସସି ତରଫରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ସୂଚନାମୁତାବକ ରାଜ୍ୟରେ ସମସ୍ତ ପରୀକ୍ଷାର ପ୍ରଶ୍ନପତ୍ର ଓଡିଆ ଭାଷାରେ ଆସିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷାର୍ଥୀ ମଧ୍ୟ ସେହି ହିସାବରେ ପ୍ରସ୍ତୁତ ହୋଇ ପରୀକ୍ଷା ଦେବା ପାଇଁ ଆସିଥିଲେ । ଓଡିଆ ଭାଷା ଶୁଣି ସମସ୍ତଙ୍କ ମନରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ପରୀକ୍ଷା ହଲରେ ଓଡିଆ ପ୍ରଶ୍ନକୁ ଦେଖିବା ମାତ୍ରେ ପରିସ୍ଥିତି ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲା । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷାରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ପ୍ରଶ୍ନପତ୍ରରେ ଲେଖାଯାଇଥିବା ପ୍ରଶ୍ନ ଗୁଡିକ ସମସ୍ତ ଓଡିଆ ଭାଷାରେ ଥିଲା । ତେଣୁ ପରୀକ୍ଷାର୍ଥୀମାନେ ତାକୁ ବୁଝି ପାରିନଥିଲେ । ପ୍ରଶ୍ନପତ୍ରର ଶବ୍ଦ ଗୁଡିକ ଠିକ ନଥିଲା, ତେଣୁ ପରୀକ୍ଷାର୍ଥୀଙ୍କୁ ବାକ୍ୟ ବୁଝିବା କଷ୍ଟର ହୋଇପଡିଥିଲା । କେଉଁଠି ‘ପାଖରେ’ ସ୍ଥାନରେ ‘ପାଖର’ ହୋଯାଇଥିଲା ତ କେଉଁଠି ‘ଟଙ୍କା’ ବଦଳରେ ‘ଟଙକାର’ ହୋଇଯାଇଥିଲା । ତେବେ ଏହି ସବୁ ସମସ୍ୟା ଯୋଗୁ ପିଲା ମାନେ ନାହିଁ ନଥିବା ସମସ୍ୟା ଭୋଗିଥିଲେ । ଯାହା ପରେ ଏବେ ଆକାଉଣ୍ଟାଣ୍ଟଙ୍କ ପାଇଁ ପ୍ରିଲିମ ପରୀକ୍ଷା ବାତିଲ କରିବାକୁ OSSC ନିଷ୍ପତ୍ତି ନେଇଛି । ତେବେ ପୂର୍ବର ପ୍ରାଥମିକ ପରୀକ୍ଷା ପାଇଁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.