fbpx

Tulip Wind Turbine : କେବଳ ଏହି ଉପକରଣକୁ ଘରର ଛାତ ଉପରେ ଲଗାନ୍ତୁ , ୧୫ ବର୍ଷ ଯାଏଁ ଆସିବନି ୧ ଟଙ୍କା ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ : ଗ୍ରୀଷ୍ମ ଋତୁରେ ଫ୍ୟାନ୍, କୁଲର୍ ଏସି ବ୍ୟବହାର ବ୍ୟବହାର ବହୁଳ ମାତ୍ରାରେ ହୁଏ । ଯେତେ ଅଧିକ ବିଦ୍ୟୁତ୍ ବ୍ୟବହାର, ସେତେ ଅଧିକ ବିଦ୍ୟୁତ୍ ବିଲ୍ । ବିଦ୍ୟୁତ୍ ବିଲ ଆଜିକାଲି ହଜାରରେ ନୁହେଁ ଲକ୍ଷ ୁପରେ ଆସୁଛି । ନିକଟରେ ଜଣଙ୍କର ବିତ୍ୟୁତ୍ ବିଲ୍ ୩,୮୧,୫୭୧ ଆସିଛି । ଅନେକ ସମୟରେ ଓଭର ଲୋଡ ପାଇଁ ଟ୍ରିପ୍ ମଧ୍ୟ ହୋଇଯାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ବତାଇବୁ , ଯାହା ଦ୍ୱାରା ଆପଣଙ୍କୁ ବିଦ୍ୟୁତ୍ ବିଲ୍ ଟଙ୍କାଟେ ମଧ୍ୟ ଦେବାକୁ ପଡିବନି ଏବଂ ଓଭର ଲୋଡିଂ ହେବନାହିଁ । ମାସେ କି ଦୁଇ ମାସେ ନୁହେଁ, ୧୫ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ ନାହିଁ । କେବଳ ଏହି ଯନ୍ତ୍ରକୁ ଛାତ ଉପରେ ଲଗାଇବା ଦ୍ୱାରା ଆପଣ ୧୫ ବର୍ଷ ପାଇଁ ବିଦ୍ୟୁତ୍ ବିଲ୍ ଭୁଲିଯିବେ । ଏହି ଡିଭାଇସ୍ ଇନଷ୍ଟଲ୍ କରିବା ପରେ ଆପଣଙ୍କୁ ଟଙ୍କାଏ ବିଦ୍ୟୁତ୍ ବିଲ୍ ମଧ୍ୟ ଦେବାକୁ ପଡିବ ନାହିଁ । ଆପଣ ନିଶ୍ଚିତ ସୋଲଶର ପାୱାର ବିଷୟରେ ଚିନ୍ତା କରୁଥିବେ କିନ୍ତୁ ଆପଣ ଭୁଲ । ଆସନ୍ତୁ ଜାଣିବା ଏହି ଡିଭାଇସ୍ ଏବଂ ଏହାର ମୂଲ୍ୟ ବିଷୟରେ…

ଏହି ଉପକରଣର ନାମ ହେଉଛି Tulip Wind Turbine । ଆପଣ ହୁଏତ ପୂର୍ବରୁ ଏହି ଉପକରଣର ନାମ ଶୁଣି ନାହାଁନ୍ତି, କିନ୍ତୁ ବର୍ତ୍ତମାନ ବଜାରରେ ଏହାର ଚାହିଦା ଅଧିକ ରହିଛି । ଏହି ଉପକରଣ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୁଏ । ଏହାର ଅର୍ଥ ହେଉଛି ଏଥିରୁ ଉତ୍ପନ୍ନ ବିଦ୍ୟୁତ୍ ଘର କିମ୍ବା ଅଫିସରେ ଯେକୌଣସି ସ୍ଥାନରେ ବ୍ୟବହାର କରାଯାଇପାରିବ । ଏହା ସହିତ, ଆପଣଙ୍କୁ ବିଦ୍ୟୁତ୍ ସଂଯୋଗ ନେବା ଆବଶ୍ୟକ ନାହିଁ ଏବଂ ବିଦ୍ୟୁତ୍ ବିଲ୍ ମଧ୍ୟ ଆସିବ ନାହିଁ ।

ଏହି ଡିଭାଇସ୍ ଖାଲି ପଡିଆରେ ବା ଉଚ୍ଚ ସ୍ଥାନରେ ଇନଷ୍ଟଲ୍ ହେବ । ଯେପରି ଛାତ ଉପରେ ଇନଷ୍ଟଲ୍ ହୋଇପାରିବ । ଏହି ମେସିନ୍ ଏପରି ଭାବରେ ତିଆରି ହୋଇଛି ଯେ ଏହାର ଡେଣା ଅଛି ଏବଂ ଯେତେବେଳେ ପବନ ହେବ ଏହି ଡେଣାଗୁଡ଼ିକ ଘୂର୍ଣ୍ଣନ କରିବା ଆରମ୍ଭ କରିବ ଏବଂ ଯେଉଁଠାରୁ ବିଦ୍ୟୁତ୍ ଉତ୍ପନ୍ନ ହେବ । ଏହି ବିଦ୍ୟୁତକୁ ଘର ଇଲେକ୍ଟ୍ରିକ୍ ବୋର୍ଡ ସହ ସଂଯୋଗ କରିପାରିବ । ଏହାକୁ ଲଗାଇବା ଦ୍ୱାରା ୧୫ ରୁ ୨୦ ବର୍ଷ ପର‌୍ୟ୍ୟନ୍ତ ଆରାମରେ ବିଦ୍ୟୁତ୍ ବ୍ୟବହାର କରିପାରିବ ଏବଂ ଟଙ୍କାଏ ମଧ୍ୟ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବନାହିଁ ।

Get real time updates directly on you device, subscribe now.