fbpx
BJD SKY
BJD SKY

ଏସସିବିରେ ଅଧାରୁ ଅପରେସନ ଛାଡିଦେଲେ ଡାକ୍ତର: ଭେଣ୍ଟିଲେଟରରେ ପ୍ରାଣ ହରାଇଲେ ରୋଗୀ

BJD

କଟକ: କଟକର ଏସସିବି ମେଡିକାଲକୁ ନେଇ ଏବେ ଏକ ବଡ ଘଟଣା ସାମନାକୁ ଆସିଛି । ମେଡିକାଳର ଅର୍ଥୋପେଡିକ ୱାର୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭେଣ୍ଟିଲେଟର ଭିତରେ ଥିବା ବେଳେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ତେବେ ଏହାପୂର୍ବରୁ ରୋଗୀଙ୍କର ଅପରେସନ କରାଯାଉଥିବା ବେଳେ ଏହାକୁ ଅଧାରୁ ବନ୍ଦ କରିଥିଲେ ଡାକ୍ତର । ତେବେ ମୃତକ ରୋଗୀ ଜଣକ କୁଜଙ୍ଗ ତହସିଲ୍ ର ବରିଷ୍ଠ କିରାଣୀ ଲାଲା ଅମରେନ୍ଦ୍ର ରାୟ ବୋଲି ଜାଣିବାକୁ ମିଳିଛି । ତାଙ୍କର ମୃତ୍ୟୁ ଏବେ ସବୁଠୁ ବଡ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।

ସୂଚନା ଅନୁସାରେ, ଅମରେନ୍ଦ୍ର ଦୁର୍ଘଟଣାର ଶିକାର ହୋଇ ଏସସିବି ମେଡିକାଲର ଅର୍ଥୋପେଡିକ ବିଭାଗରେ ଭର୍ତ୍ତି ହୋଇଥିଲେ । ତେଣୁ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଚେକ୍ଅପ୍ କରିବାରୁ ଜଣା ପଡିଥିଲା ଯେ, ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । କିନ୍ତୁ ଅପରେସନ ଥିଏଟରକୁ ଯିବାର କିଛି ସମୟ ପରେ ଡାକ୍ତର ଅଧାରୁ ଅପରେସନ ବନ୍ଦ କରି ଦେଇଥିଲେ । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ନିଶ୍ଚେତକ ଦିଆଯାଇ ଅପରେସନ ଆରମ୍ଭ ହୋଇଥିବା ବେଳେ ହଠାତ ରୋଗୀ ଅସୁସ୍ଥ ହୋଇ ପଡିଥିଲେ । ତେଣୁ ତାଙ୍କର ଅସ୍ତ୍ରେପଚାରକୁ ଅଧାରୁ ବନ୍ଦ କରି ଦେଇଥିଲେ ଡାକ୍ତର । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରକା ଯାଇଥିବା ବେଳେ କିଛି ସମୟ ପରେ ସେ ପ୍ରାଣ ହରାଇଛନ୍ତି । ଏହି ମାମଲା ଏବେ ଜୋର ଧରିଥିବା ବେଳେ ଅନେକ ପ୍ରଶନ ଘେରରେ ଛନ୍ଦି ହୋଇ ଯାଇଛି ଏସସିବି ମେଡିକାଲ । ଜଣେ ଫିଟ୍ ରୋଗୀଙ୍କ ଅପରେସନ ଅଦାରୁ କାହିଁକି ରୋକା ଯାଇଥିଲା ଏବଂ ସେ କିପରି ମୃତ୍ୟୁବରଣ କଲେ, ସେ ନେଇ ତଦନ୍ତ କରିବା ପାଇଁ ଏସସିବି ଅଧୀକ୍ଷକ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।

ଏହି ମାମଲାର ତଦନ୍ତ ପାଇଁ ନିଶ୍ଚେତକ, ସିଟିଭିଏସ, ଟ୍ରମା ନୋଡାଲ ଅପିସର ଏବଂ ବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି । ଏହାସହିତ ଯଥତାଶୀଘ୍ର ମାମଲାର ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଧୀକ୍ଷକ । ସେପଟେ ସ୍ୱାସ୍ଥ୍ୟ ବିଭାଗର ସଚିବ ସ୍ତରରେ ମଧ୍ୟ ଏ ଘଟଣାର ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ରିପୋର୍ଟ ମିଳିବା ପରେ ଏହାର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଜଣାଯାଇଛି ।

Get real time updates directly on you device, subscribe now.