fbpx

ୟୁନିଅନ ବ୍ୟାଙ୍କରୁ ଲୁଟିନେଲେ ସବୁତକ ଟଙ୍କା: ବନ୍ଧୁକ ଦେଖାଇ ସୁନା ବି ନେଇଗଲେ

ଜଳେଶ୍ୱର: ଦିନ ଦି ପହରେ ବାଲେଶ୍ୱର ଜିଲ୍ଲାରେ ଏକ ବିରାଟ ବଡ ଲୁଟ ହୋଇଛି । ଚନ୍ଦନେଶ୍ୱର ନିକଟସ୍ଥ ୟୁନିଅନ ବ୍ୟାଙ୍କରୁ ଲୁଟେରା ବଡ ଧରଣର ଲୁଟ କରି କସି ପଳାଇଥିବା ଜାଣିବାକୁ ମିଳିଛି । ତେବେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କରୁ ୩୦-୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ସବୁତକ ସୁନା ନେଇଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଜଳେଶ୍ୱର ଥାନା ଅନ୍ତର୍ଗତ ଚନ୍ଦନେଶ୍ୱର ୟୁନିଅନ ବ୍ୟାଙ୍କ ପାଲଟିଛି ଲୁଟେରାଙ୍କ ଶିକାର । ହଠାତ ୭/୮ ଜଣ ଡକାୟତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରାଇଥିଲେ । ଏହାପରେ ବ୍ୟାଙ୍କରେ ଥିବା ସବୁତକ ସୁନାଗହଣା ସହ ୩୦-୪୦ ଲକ୍ଷ ଟଙ୍କା ନେଇ ଛୁ ମନ୍ତର ହୋଇଯାଇଛନ୍ତି ଲୁଟେରା । ତେବେ ସବୁ କିଛି ଲୁଟି ନେବା ପରେ ବ୍ୟାଙ୍କର କର୍ମଚାରୀମାନଙ୍କୁ ତାଲା ପକାଇ ଦେବା ସହ ଟଙ୍କା-ସୁନା ଧରି ସମସ୍ତ ଡକାୟତ ପଶ୍ଚିମବଙ୍ଗକୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଏ ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଲା ଖୋଲି କର୍ମଚାରୀମାନଙ୍କୁ ଉଦ୍ଧାର କରିଛି । ଏହାପରେ ସିସିଟିଭି ଫୁଟେଜ ଦେଖିବା ସହ ସମସ୍ତଙ୍କୁ ପଚରାଉଚରା କରି ମାମଲାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.