fbpx

ସକାଳୁ ଅଘଟଣ : ବ୍ରାହ୍ମଣୀ ନଦୀରେ ବୁଡ଼ିଲା ଡଙ୍ଗା, ଦୁଇ ନିଖୋଜ

ଭୁବନେଶ୍ୱର:ସକାଳୁ ସକାଳୁ ଏକ ଖରାପ ଖବର ଆସି ପହଞ୍ଚିଛି । ଆଜି ବ୍ରାହ୍ମଣୀ ନଦୀରେ ଏକ ଡଙ୍ଗା ବୁଡି ଯିବାର ସୂଚନା ମିଳିଛି । ଏହି ଘଟଣାରେ ୨ଜଣ ନିଖୋଜ ଥିବାର ସୂଚନା ମିଳିଛି । ଏକମାଣିଆ ପଞ୍ଚାୟତ ଠାରେ ଏହି ଅଘଟଣ ଘଟିଥିବାର ଜଣାପଡିଛି । ଡଙ୍ଗାର ନାଉରିଆ ଏବଂ ଆଉ ଜଣେ ଯାତ୍ରୀଙ୍କର ସୂଚନା ମିଳୁ ନଥିବାର ଜଣା ପଡିଛି । କୂଳର କିଛି ବାଟ ପୂର୍ବରୁ ଡଙ୍ଗାଟା ନେଉଟି ପଡିଥିବାର ସୂଚନା ରହିଛି । ନିଖୋଜ ମଧ୍ୟରେ ଜଣେ ନାବାଳକ ରହିଛନ୍ତି ।

ସୂଚନା ମୁତାବକ ଡଙ୍ଗାଟି ଏକମାଣିଆରୁ ରାଜନଗର କେରଡାଗଡ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ ମୋଟ ୩୦ଜଣ ଯାତ୍ରୀ ଯାଉଥିବା ବେଳେ ଗ୍ରାମବାସୀ ଏବେ ନିଖୋଜ ମାନଙ୍କୁ ଖୋଜୁଛନ୍ତି । ଡଙ୍ଗାରେ ଅଧିକ ଲୋକଥିବାରୁ ଏହା ଭାରସମ୍ୟ ହରାଇ ଲେଉଟି ପଡିଥିଲା ଯାହା ଫଳରେ ଏଭଳି ଅଘଟଣ ଘଟିଛି ।

Get real time updates directly on you device, subscribe now.