fbpx

ମା’ ଶବ୍ଦରେ କଳଙ୍କ ; ଭଜନ ଗାଇବାରୁ ୨ ବର୍ଷର ଶିଶୁକୁ ହତ୍ୟା କଲା, ପରେ ଉଲଗ୍ନ ହୋଇ ଖାଇଲା କଲିଜ ଓ ଅନ୍ତନଳୀ

ନୂଆଦିଲ୍ଲୀ : ଜଣେ ମା ନିଜ ସନ୍ତାନ ପାଇଁ ଦୁନିଆ ସହ ଲଢିପାରେ । ଛୁଆ ଉପରକୁ ଟିକେ ବିପଦ ଆସିଲେ କାହାକୁ ଛାଡେନି । କିନ୍ତୁ ଏହି ମା ଶବ୍ଦରେ କଳଙ୍କ ଲାଗିଛି । ଜଣେ ମା ଏଭଳି କିଛି କାଣ୍ଡ କରିଛି ଯାହା ପର ଠାରୁ ତାକୁ ମା’ କହିବା ଅଯୋଗ୍ୟ ବୋଲି ମନେ ହୋଇଛି ।

ନିକଟରେ କେନିଆର ବାସିନ୍ଦା ୨୪ ବର୍ଷିୟ ଅଲିଭିଆ ନାସରିଆନଙ୍କୁ ଗିରଫ ହୋଇଛି । ତେବେ ଗିରଫ ପଛର କାରଣ ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ । ଅଭିଯୋଗ ହୋଇଛି ଯେ ସେ ତାଙ୍କର ୨ ବର୍ଷର ଝିଅକୁ ହତ୍ୟା କରିବା ସହ ତା କଲିଜା ଖାଇ ଯାଇଛି । ହେଲେ କାହିଁକି , କାରଣ କ’ଣ ?

ହତ୍ୟାର କାରଣ ହେଉଛି, ଝିଅଟି ଭଜନ ଗାଉଥିଲା । ଏହା ଦେଖି ତା’ ମାର ମୁଣ୍ଡ ଖରାପ ହୋଇଗଲା । ଛୁରୀରେ ଝିଅକୁ ହତ୍ୟା କରିବା ସହ ତା’ କଳିଜା କାଟି ଖାଇଥିଲା । କେବଳ ସେତିକି ନୁହେଁ, ଶରୀର ବିଭିନ୍ନ ଅଂଶ କାଟିକି ଖାଇଥିଲା । ଅନ୍ତ ନଳୀ ମଧ୍ୟ ଖାଇଥିଲା । ଏସବୁ କିଛି ପଡୋଶୀ ଦେଖିଥିବା ପୋଲିସକୁ କହିଛନ୍ତି ।

ଝିଅଟିର ଚିତ୍କାର ଶୁଣି ଯେତେବେଳେ ପଡୋଶୀ ତାଙ୍କ ଘର କବାଟ ଭାଙ୍ଗି ସେଠାରେ ପହଞ୍ଚିଥିଲେ, ମହିଳା ଜଣଙ୍କ ବିନା ବସ୍ତ୍ରରେ ଥିଲେ । ଝିଅ ଶରୀର ବିଭିନ୍ନ ଅଙ୍ଗକୁ କାଟି ଖାଉଥିଲେ ଏବଂ କିଛି ସମୟ ପରେ ବେହୋସ୍ ହୋଇଯାଇଥିଲେ । କିନ୍ତୁ ବେହୋସ୍ ପୂର୍ବରୁ ଝିଅର କଲିଜା ଓ ଅନ୍ତନଳୀ ଖାଇସାରିଥିଲା । ପୋଲିସ ତାକୁ ଗିରଫ କାରି ବିଚାର ବିଭାଗୀୟ ହାଜତକୁ ପଠାଇଛି ।

Get real time updates directly on you device, subscribe now.