fbpx

ଏମିତି ମଣିଷ ଥାଆନ୍ତି? ୧୨ ଜଣ ବନ୍ଧୁଙ୍କୁ ସାୟନାଇଡ୍ ଦେଇ ମାରିଦେଲେ ୩୨ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଅମାନବୀୟ ଓ ଅସାମାଜିକ କାର୍ଯ୍ୟ ଦେଖିବାକୁ ମିଳିଥାଏ । ତେବେ ଏହି କ୍ରମରେ ଜଣେ ମହିଳା ଏକ ଭୟଙ୍କର କାରନାମା କରି ସାମ୍ନାକୁ ଆସିଛନ୍ତି । ମହିଳା ଜଣଙ୍କ ତାଙ୍କର ୧୨ ଜଣ ବନ୍ଧୁଙ୍କୁ ହତ୍ୟା କରିଥିବା କୁହାଯାଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି ସମସ୍ତଙ୍କୁ ସାୟନାଇଡ୍ ଦେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଥାଇଲାଣ୍ଡରୁ ଆସିଛି ଏପରି ଏକ ଲୋମହର୍ଷଣକାରୀ ଘଟଣା । ସରାରତ ରଙ୍ଗସିୟୁଥାପୋର୍ଣ୍ଣ ନାମକ ଜଣେ ୩୨ ବର୍ଷୀୟା ମହିଳା ଏହି ମାମଲାରେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ସରାରତଙ୍କ ଜଣେ ବନ୍ଧୁ ଗତ ୧୪ ତାରିଖରେ ଏକ ଟ୍ରିପରେ ଯାଇଥିବା ବେଳେ କୋଲାପସ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ସରାରତଙ୍କ ଉପରେ ସନ୍ଦେହ କରାଯାଇଥିଲା ।

ତେବେ ଶବ ବ୍ୟବଚ୍ଛେଦ କରାଇବା ପରେ ମୃତକଙ୍କ ଶରୀରେ ସାୟନାଇଡ ରହିଥିବା ଜଣାପଡ଼ିଥିଲା । ଏହି କାରଣରୁ ତାଙ୍କ ହାର୍ଟ ଫେଲୁଅର ହେବା ସହ ସେ ମୃତ୍ୟୁବରଣ କରିଥିଲେ । ତେବେ ସରାରତଙ୍କୁ ପୋଲିସ ଗିରଫ କରିବା ସମୟରେ ଏକ ସାୟନାଇଡ୍ ବୋତଲ ମିଳିଥିବା ବେଳେ ତାଙ୍କର ଫୋନ, ଟଙ୍କା ଓ ବ୍ୟାଗ ସବୁ ଗାଏବ୍ ହୋଇଯାଇଥିଲା । ତେବେ ଏକ୍ସ ବୟଫ୍ରେଣ୍ଡଙ୍କ ସମେତ ସରାରତ ୧୨ ଜଣଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିପାରିଛି । ସମସ୍ତେ ସାୟନାଇଡ୍ ସେବନ କାରଣରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ତେବେ ପୋଲିସ ଏବେ ତଥ୍ୟ, ପ୍ରମାଣରେ ଲାଗିପଡ଼ିଥିବା ବେଳେ ଯଦି ପ୍ରମାଣ ମିଳେ ତେବେ ସରାରତଙ୍କୁ ଜଣେ ସିରିୟଲ୍ କିଲର ଭାବେ ସାବ୍ୟସ୍ତ କରାଯିବ ।

Get real time updates directly on you device, subscribe now.