fbpx

ଏକ୍ସଟ୍ରା ମ୍ୟାରିଟାଲ ଅଫେୟର ପାଇଁ ଘରେ ଲାଗିଲା ଝଗଡା, ସ୍ତ୍ରୀକୁ କୂରାଢୀରେ ହାଣି ମାରିଦେଲା ସ୍ୱାମୀ

ନୂଆଦିଲ୍ଲୀ: ଦିଲ୍ଲୀର ନେବ ସରାୟ ଅଞ୍ଚଳରେ ଜଣେ ବ୍ୟକ୍ତି କୂରାଢୀରେ ନିଜ ସ୍ତ୍ରୀକୁ ହତ୍ୟା କରିବା କଥା ସାମ୍ନାକୁ ଆସିଛି । ହତ୍ୟା କରିବା ପଛରେ ଏକ୍ସଟ୍ରା ମ୍ୟାରିଟାଲ ଅଫେୟର ଥିବା କଥା ଜଣାପଡିଛି । ହତ୍ୟାକାରୀ ବିଜୟ ବୀରଙ୍କୁ ପୋଲିସ ଗିରଫ କରିଛି । ଏକ୍ସଟ୍ରା ମ୍ୟାରିଟାଲ ଅଫେୟର ନେଇ ପ୍ରତିଦିନ ଘରେ ଝଗଡା ହେଉଥିଲା ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଜୟ ବୀରଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ରହିଥିଲା । ସେଥିପାଇଁ ସେ ପରିବାର ପ୍ରତି ଏତେ ଧ୍ୟାନ ଦେଉନଥିଲେ । ତେଣୁ ଏନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା । ହେଲେ ଏହି ପାରିବାରିକ ଝଗଡା ଏତେ ପରିମାଣରେ ବଢିଯାଇଥିଲା ଯେ, ବିଜୟ ତାଙ୍କ ସ୍ତ୍ରୀଙ୍କୁ କୂରାଢୀରେ ହାଣି ହତ୍ୟା କରିଦେଇଥିଲେ ।

ତେବେ ୨୭ ଏପ୍ରିଲ ଦିନ ସକାଳ ୬.୩୦ରେ ଜଣେ ଝିଅ ପିସିଆରକୁ ଫୋନ କରି ତାଙ୍କ ବାପା, ତାଙ୍କ ନିଜର ମାଆଙ୍କୁ କୂରାଢୀରେ ହାଣି ହତ୍ୟା କରିଦେଇଛନ୍ତି ବୋଲି କହିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ମହିଳାଙ୍କ ଶବ ସହ ରକ୍ତ ଭିଜା କୂରାଢୀକୁ ଉଦ୍ଧାର କରିଛି । ଏହାପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ପୋଲିସ ତଦନ୍ତ ପରେ ଅନ୍ୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ୨୦୧୭ ମସିହାରେ ବିଜୟ ନିଜ ପୁଅକୁ ହତ୍ୟା କରିବା ପାଇଁ ଗୁଳି ଚଳାଇଥିଲେ ହେଲେ ଭାଗ୍ୟବସତଃ ପୁଅ ବଞ୍ଚିଯାଇଥିଲା । ଏହି ହତ୍ୟା କରିବା ଉଦ୍ୟମ ଅଭିଯୋଗରେ ତାଙ୍କୁ ଜେଲ ପଠାଯାଇଥିଲା । ହେଲେ ପାରିବାରିକ ବୁଝାମଣା ପରେ ତାଙ୍କ ଉପରୁ କେସ୍ ଉଠାଯାଇଥିଲା । ହେଲେ ୨୭ ଏପ୍ରିଲ ଦିନ ସେ ସ୍ତ୍ରୀ କୁ ହତ୍ୟା କରିବା ସହ ପିଲା ମାନଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଭାଗ୍ୟବସତଃ ପିଲାମାନେ ଗୋଟେ ଘରେ ପଶି କବାଟ ବନ୍ଦ କରିଦେଇଥିଲେ ଏବଂ ପିସିଆରକୁ ଫୋନ କରି ନିଜ ଜୀବନ ବଞ୍ଚାଇଥଲେ ।

Get real time updates directly on you device, subscribe now.