fbpx

ଆଗାମୀ ୩ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷା, ଭୁବନେଶ୍ୱର, କଟକ ସମେତ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଦଳୁଛି ପାଣିପାଗ। କାଲି ଡହ ଡହ ଖରାରେ ସବୁ ସିଝୁ ଥିବା ବେଳେ ଆଜି ଟିକେ ପାଗ ପରିବର୍ତ୍ତନ ହେଇଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ବର୍ଷାର ଅନୁମାନ କରାଯାଉଛି । କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ଓ ପବନ ତଥା କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହି ଥିବା ବେଳେ ଆସନ୍ତା ତିନି ଘଣ୍ଟା ମଧ୍ୟରେ ଭୁବନେଶ୍ୱର, କଟକ , ଢେଙ୍କାନାଳ ,ଯାଜପୁର ,କେନ୍ଦୁଝରରେ ବଜ୍ରପାତ ସହିତ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାକୁ ନେଇ ସୂଚନା ମିଳିଛି ।

ଏଥିପାଇଁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ୧୯ଟି ଜିଲ୍ଳାକୁ ସତର୍କ ସୂଚନା ଜାରି କରାଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍‍ସିଂହପୁର, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ବୌଦ୍ଧ, ରାୟଗଡା, ନୟାଗଡ ଏବଂ ଗଜପତି । ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁଯାୟୀ ବଜ୍ରପାତରୁ ରକ୍ଷା କରିବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ଏହି ସମୟରେ କେତେକ ସ୍ଥାନରେ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ ବୋଲି ବିଭାଗ ସୂଚନା ଦେଇଛି । କଟକ, ଯାଜପୁର ଓ ଢ଼େଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ଲୋକ ମାନକୁ ସଚେତନ ହେବାକୁ ପାଣିପାଗ ବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.