fbpx
BJD
BJD SKY
BJD SKY

ରାଜ୍ୟସଭା ସାଂସଦ ଦୁଷ୍ୟନ୍ତ ଗୌତମଙ୍କ କାର ଦୁର୍ଘଟଣାଗ୍ରସ୍ତ: ବିଜେପି ନେତା ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଆଉ କିଛି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ଦୁଷ୍ୟନ୍ତ ଗୌତମ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି । ମୁରାଦାବାଦ ବାଇପାସ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏକ ଇନୋଭା କାରରେ ଦୁଷ୍ୟନ୍ତ ଶାଜହାଁପୁରରୁ ଦିଲ୍ଲୀ ଅଭିମୁଖେ ଯିବା ସମୟରେ ତାଙ୍କ କାରକୁ ଏକ ଏକ୍ସୟୁଭି କାର ଟକ୍କର ମାରିଥିଲା । ଫଳରେ ତାଙ୍କର କାରଟି ଓଲଟି ପଡ଼ିଥିଲା । ଆହତ ଅବସ୍ଥାରେ ଦୁଷ୍ୟନ୍ତଙ୍କୁ ମୁରାଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଦିଲ୍ଲୀ ପଠା ଯାଇଥିବା ଜଣାପଡ଼ିଛି । ତାଙ୍କର ମେରୁଦଣ୍ଡ ହାଡ଼ରେ ଆହତ ଲାଗିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ବିଜେପି ନେତା ଦୁଷ୍ୟନ୍ତ ହରିୟାଣାରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ବିଜେପି ଏସସି ମୋର୍ଚ୍ଚା ସହ ଦୀର୍ଘଦିନ ଧରି ଜଡ଼ିତ ରହିଛନ୍ତି ।

Get real time updates directly on you device, subscribe now.