fbpx
BJD SKY
BJD SKY

ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ହାଇୱା: ମାଟିରେ ପୋତି ହୋଇଗଲା ସ୍କର୍ପିଓ, ୬ ଜଣଙ୍କ ମୃତ୍ୟୁ

BJD

ନୂଆଦିଲ୍ଲୀ: ବିହାରର ଭାଗଲପୁରରେ ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଏକ ବରଯାତ୍ରୀ ଗାଡ଼ି (ସ୍କର୍ପିଓ) ଉପରେ ଏକ ହାଇୱା ଓଲଟି ପଡ଼ିବା ଫଳରେ ଉକ୍ତ ସ୍କର୍ପିଓଟି ମାଟି ଭିତରେ ପୋତି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣ ବରଯାତ୍ରୀ ପ୍ରାଣ ହରାଇଥିବା ଜଣାପଡ଼ିଛି । ବରଯାତ୍ରୀମାନେ ସ୍କର୍ପିଓରେ ମୁଙ୍ଗେରରୁ ପୀରପୌନ୍ତୀ ଅଭିମୁଖେ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ଭାଗଲପୁର ଜିଲ୍ଲାର ଧୋଧା ଥାନା ଅଞ୍ଚଳର ଆମାପୁର ଗ୍ରାମ ନିକଟସ୍ଥ ୮୦ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ରେସକ୍ୟୁ ଅପରେସନ ଚାଲିଥିଲା । ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଇ ଜବାହରଲାଲ ନେହରୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନ୍ୟାସନାଲ ହାଇୱେରେ ନିର୍ମାଣ କାର୍ଯ୍ୟ ଚାଲୁଥିଲା ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.