fbpx
BJD
BJD SKY
BJD SKY

ୟୁଜିସି ନେଟ ୨୦୨୪ ପରୀକ୍ଷା ତାରିଖ ବଦଳିଲା: ନୂଆ ତାରିଖ ଘୋଷଣା କଲା UGC

ନୂଆଦିଲ୍ଲୀ: ୟୁଜିସି ନେଟ ଜୁନ ୨୦୨୪ ପରୀକ୍ଷା ତାରିଖ ବଦଳିଛି । ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପ୍ରିଲିମିନାରୀ ପରୀକ୍ଷା ଓ ୟୁଜିସି ନେଟ ପରୀକ୍ଷା ସମାନ ଦିନରେ ପଡ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ୟୁଜିସି ନେଟ ପରୀକ୍ଷା ଜୁନ ମାସରେ ୧୬ ତାରିଖରେ ହେବାର ଥିଲା । ମାତ୍ର ଏବେ ଜୁନ ୧୮ ତାରିଖରେ ହେବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଏମ. ଜଗଦୀଶ କୁମାର ସୂଚନା ଦେଇଛନ୍ତି ।

ୟୁପିଏସସି ପ୍ରିଲିମ୍ସ ଓ ୟୁଜିସି ନେଟ୍ ପରୀକ୍ଷା ଗୋଟିଏ ଦିନରେ ପଡ଼ୁଥିବାରୁ ତାହା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଥାନ୍ତା । ତେଣୁ ୟୁଜିସି ନେଟ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି ବୋଲି ୟୁଜିସି ଅଧ୍ୟକ୍ଷ ଶ୍ରୀ କୁମାର କହିଛନ୍ତି । ଦୁଇଟି ପରୀକ୍ଷା ଗୋଟଏ ଦିନରେ ପଡ଼ୁଥିବାରୁ ସେନେଇ ପଦକ୍ଷେପ ନେବାକୁ ବହୁ ଛାତ୍ରଛାତ୍ରୀ ୟୁଜିସିକୁ ଅନୁରୋଧ କରିଥିଲେ । ତେଣୁ ପ୍ରାର୍ଥୀଙ୍କ ତରଫରୁ ଫିଡବ୍ୟାକ ମିଳିବା ପରେ ୟୁଜିସି ପକ୍ଷରୁ ପରୀକ୍ଷା ତାରିଖ ପରିବର୍ତ୍ତନ ନିଷ୍ପତ୍ତି ନିଆଯାଇଥିଲା । ସୂଚନାଯୋଗ୍ୟ ଯେ, ୟୁଜିସି ନେଟ ପରୀକ୍ଷାରେ ସଫଳତା ହାସଲ କରୁଥିବା ପ୍ରାର୍ଥୀମାନେ ଭାରତୀୟ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କରେ ଜୁନିୟର ରିସର୍ଚ୍ଚ ଫେଲୋଶିପ ଓ ସହାୟକ ପ୍ରଫେସର ଭାବେ ନିଯୁକ୍ତି ଓ ପିଏଚଡି କରିବାକୁ ଯୋଗ୍ୟତା ଅର୍ଜନ କରିଥାନ୍ତି ।

Get real time updates directly on you device, subscribe now.