fbpx
BJD
BJD SKY
BJD SKY

୨୦୦ ଫୁଟ ଗଭୀର ଖାଇ ଭିତରକୁ ଖସି ପଡ଼ିଲା ବସ: ୨୫ ଜଣଙ୍କ ପ୍ରାଣହାନୀ, ୧୨ରୁ ଅଧିକ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ପେରୁରୁ ଆସିଛି ଏକ ବଡ଼ ଖବର । ଏକ ବଡ଼ଧରଣର ଦୁର୍ଘଟଣା ଘଟି ବହୁ ଯାତ୍ରୀ ମୃତାହତ ହୋଇଛନ୍ତି । ଏକ ପାହାଡ଼ିଆ ରାସ୍ତାରେ ଯିବା ସମୟରେ ଗୋଟିଏ ବସ୍ ଏକ ଖାଇ ମଧ୍ୟକୁ ଖସିପଡ଼ିବା ଫଳରେ ଘଟଣାସ୍ଥଳରେ ୨୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଏକ ଡଜନରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପାଖାପାଖି ୨୦୦ ମିଟର ଗଭୀର ଖାଇ ଭିତରକୁ ବସଟି ଖସି ପଡ଼ିଥିଲା । ଉକ୍ତ ବସରେ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିବା ଜଣାପଡ଼ିଛି । କାଜାମାର୍କାର ଆଣ୍ଡିଆନ ଅଞ୍ଚଳର ପାଥୋଲେଡ ଡିର୍ଟ ରୋଡ଼ରେ ଏହି ଅଘଟଣ ଘଟିଥିଲା ।

Get real time updates directly on you device, subscribe now.