fbpx

ଜନ୍ମନେଲା ବିଚିତ୍ର ଶିଶୁ! ନବଜାତର ୨ଟି ଯୌନାଙ୍ଗ, କାହିଁକି ଘଟିଲା ଏପରି, ରହସ୍ୟ ଖୋଲିଲେ ଡାକ୍ତର

ନୂଆଦିଲ୍ଲୀ: ମଣିଷକୁ ଈଶ୍ୱରଙ୍କ ସୃଷ୍ଟିରେ ସବୁଠାରୁ ଦୁର୍ଲ୍ଲଭ ଜୀବ ବୋଲି କୁହାଯାଇଥାଏ । ତେବେ ଦୁର୍ଭାଗ୍ୟବଶତଃ ଅନେକ ସମୟରେ ଆମ ସମାଜରେ କିଛି ଅଜବ ଧରଣର ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି । ଏପରିକି ଅନେକ କ୍ଷେତ୍ରରେ ଶିଶୁ ଜନ୍ମ ହେବାର ଅଳ୍ପ କିଛି ଦିନ ପରେ ମୃତ୍ୟୁବରଣ କରିଥାଏ । ଏପରି ଶିଶୁ ଜନ୍ମନେଲେ ପିତାମାତାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ନିକଟରେ ଏପରି ଏକ ଆଶ୍ଚର୍ଯ୍ୟାନ୍ୱିତ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଦୁଇଟି ଯୌନାଙ୍ଗ ଥିବା ଏକ ବିଚିତ୍ର ଶିଶୁ ଜନ୍ମ ଗ୍ରହଣ କରିଛି । କେବଳ ଏତିକି ନୁହେଁ ଏହି ଶିଶୁଟିର ମଳଦ୍ୱାର ଅଂଶ ନଥିବା ଜଣାପଡ଼ିଛି । ଏହି ନବଜାତ ଶିଶୁକୁ ଦେଖିବା ପରେ ଡାକ୍ତରମାନେ ଚକିତ ହୋଇଯାଇଥିଲେ । ଏବେ ଶିଶୁଟି ଦୁଇଟି ଯୌନାଙ୍ଗରେ ପରିସ୍ରା କରୁଛି । ପାକିସ୍ତାନରେ ଏଭଳି ଏକ ଅଜବ ଧରଣର ଶିଶୁ ଜନ୍ମ ନେଇଛି ।

ତେବେ ନବଜାତ ଶିଶୁଟିର ଦୁଇଟି ଯୌନାଙ୍ଗ ଥିବା ଖବର ଜାଣିବା ପରେ ଏବେ ହସ୍ପିଟାଲରେ ଲୋକମାନଙ୍କର ଭିଡ଼ ଜମିଛି । ହସ୍ପିଟାଲ ବାହାରେ ଲୋକମାନେ ଶିଶୁକୁ ଦେଖିବାକୁ ଲମ୍ବା ଲାଇନ୍ ଲଗାଇଛନ୍ତି । ଗୋଟିଏ ଯୌନାଙ୍ଗର ଲମ୍ବ ୧.୫ ସେମି ରହିଥିବା ଅନ୍ୟଟି ୨.୫ ସେମି ରହିଛି । ତେବେ ଡିପହେଲିୟା ନାମକ ଏକ ଦୁର୍ଲ୍ଲଭ ରୋଗ କାରଣରୁ ୬୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣେ ଏଥିରେ ସଂକ୍ରମିତ ହୋଇଥାଏ । ତେବେ କୋଲେନୋସ୍କୋପି ଜରିଆରେ ଶିଶୁଟିର ପଛ ଭାଗରେ ଏକ ମଳଦ୍ୱାର ସୃଷ୍ଟି କରାଯିବ ବୋଲି ଡାକ୍ତରମାନେ କହିଛନ୍ତି । ଅନ୍ୟପକ୍ଷରେ ଅତିରିକ୍ତ ଯୌନାଙ୍ଗକୁ ହଟାଇବା ପାଇଁ କୌଣସି ସର୍ଜରୀ କରାଯାଇନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.