fbpx

‘Mann Ki Baat@100’ National Conclave ; ନୂଆ ସଦସ୍ୟର ଏଣ୍ଟ୍ରି , ସ୍ୱାଗତ କଲେ ମୋଦୀ

ନୂଆଦିଲ୍ଲୀ : ପିଏମ ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ୧୦୦ ତମ ଧାରାକୁ ପାଳନ କରିବା ପାଇଁ ଦିଲ୍ଲୀରେ ‘ମନ କି ବାତ୍ ୧୦୦’ କୁ ନେଇ ଏକ ଜାତୀୟ କନକ୍ଲେଭ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଜଣେ ନୂଆ ଅତିଥିଙ୍କ ଏଣ୍ଟ୍ରି ହୋଇଛି । ବିନା ନିମନ୍ତ୍ରଣରେ ଅତିଥିଙ୍କ ଆଗମନ ହୋଇଛି ବୋଲି କହିପାରିବା । ତେବେ ଆସିନ୍ତୁ ଜାଣିବା କିଏ ସେ ଅତିଥି…

‘ମନ କି ବାତ୍ ୧୦୦’ କାର୍ଯ୍ୟକ୍ରମର ଜାତୀୟ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏହି କନକ୍ଲେଭରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ ବରିଷ୍ଠ ରାଜନେତାଙ୍କ ସହ କିଛି ବିଶିଷ୍ଟ ଲୋକାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପୁନମ୍ ଦେବୀ ନାମକ ଜଣେ ମହିଳାଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଥିଲା । କିନ୍ତୁ ସେହି ମୁହୂର୍ତ୍ତ ପୁନମ୍ ଦେବୀ ଓ ଅନ୍ୟମାନଙ୍କ ପାଇଁ ସ୍ମରଣୀୟ ହୋଇଗଲା । ବାସ୍ତବରେ ପୁନମ୍ ଦେବୀଙ୍କ ଗର୍ଭବତୀ ଥିଲେ । ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।

ଉଲ୍ଲେଖନୀୟ କଥା ହେଉଛି, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ‘ମନ୍ କି ବାତ୍‌’ର ଏକ ଏପିସୋଡରେ ପନମ୍ ଦେବୀଙ୍କ ନାମ ନେଇ ତାଙ୍କର ପ୍ରଂଶସା କରିଥିଲେ। ପୁଣମ୍ ଉତ୍ତରପ୍ରଦେଶର ଲାଖୀପୁର ଖେରୀ ନିକଟ ଏକ ଛୋଟ ଗାଁର ବାସିନ୍ଦା । ସେ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟ ଯାହାକି ବର୍ଜ୍ୟବସ୍ତୁରୁ ବିଭିନ୍ନ ଉତ୍ପାଦନ କରି ସ୍ୱାବଲମ୍ବୀ ହୋଇଛନ୍ତି ।

ତେବେ ମନ କି ବାତ୍ ଉତ୍ସବରେ ନୂତନ ସଦସ୍ୟ ଆସିଥିବାରୁ ତାଙ୍କ ପରିବାର ଲୋକ ବହୁତ ଖୁସୀ ଅଛନ୍ତି ।

ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଦ୍ୱାରା ‘ନ୍ୟାସନାଲ କନକ୍ଲେଭ: ମନ କି ବାତ୍ ୧୦୦’ କାର‌୍ୟ୍ୟକ୍ରମ ଉଦଘାଟନ କରାଯାଇଥିଲା। ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ରହିଥିଲେ। ଏହି କାର‌୍ୟ୍ୟକ୍ରମରେ ‘ନାରୀ ଶକ୍ତି’, ଜନ ଆନ୍ଦୋଳନ, ଭାରତର ସଂସ୍କୃତି ଏବଂ ପରମ୍ପରା ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।

Get real time updates directly on you device, subscribe now.