fbpx
BSKY
BJD MC SKY
BJD YOUTH SKY

ଫେସନ ଡିଜାଇନର ମୁସକାନ ନାରଙ୍ଗଙ୍କ ମୃତ୍ୟୁ: ବେଡରୁମରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦରେ ଜଣେ ଫେସନ ଡିଜାଇନରଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ହୋଇଥିଲା । ବେଡରୁମରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା । ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ । କ’ଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ସେନେଇ ପୋଲିସ ଏବେ ତଦନ୍ତ କରୁଛି ।

ସୂଚନା ମୁତାବକ, ବୁରାଦାବାଦର ସିଭିଲ ଲାଇନ ଥାନା ଅଞ୍ଚଳର ରାମ ଗଙ୍ଗା ବିହାର କଲୋନୀରେ ୨୫ ବର୍ଷୀୟା ଫେସନ ଡିଜାଇନର ମୁସକାନ ନାରଙ୍ଗ ରହୁଥିଲେ । ସେ ଡେରାଡୁନରୁ ଫେସନ ଡିଜାଇନର କୋର୍ସ କରିଥିଲେ । ଏହାପରେ ସେ ମୁମ୍ବାଇ ଯାଇ ସେଠାରେ ଫେସନ ଡିଜାଇନିଂ ଜବ୍ କରୁଥିଲେ । ଗତ ହୋଲି ଅବସରରେ ମୁସକାନ ନିଜ ଘରକୁ ଆସି ସେଠାରେ ରହିଥିଲେ ।

ପରିଜନଙ୍କ ମୁତାବକ, ଗତ ୨୭ ତାରିଖରେ ମୁସକାନ ସମସ୍ତଙ୍କ ସହିତ ମିଶି ଖାଇଥିଲେ ଓ ଏହାପରେ ବେଡରୁମକୁ ଚାଲିଯାଇଥିଲେ । ତେବେ ସକାଳୁ ମୁସକାନ କବାଟ ନ ଖୋଲିବାରୁ ସମସ୍ତେ ରୁମ୍ ଭିତରକୁ ଯାଇ ଦେଖନ୍ତି ତ ବେଡରୁମରେ ମୁସକାନଙ୍କ ଝୁଲନ୍ତା ମୃତଦେହ ରହିଥିଲା । ଏହାପରେ ପୋଲିସ ଉପସ୍ଥିତିରେ ମୁସକାନଙ୍କ ଶବକୁ ଉଦ୍ଧାର କରାଯାଇ ପୋଷ୍ଟମ ମର୍ଟମ ପାଇଁ ପଠାଯାଇଥିଲା ।

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ମୁସକାନ ଭିଡିଓ ପୋଷ୍ଟ କରି କହିଥିଲେ, ‘ମୁଁ ସମସ୍ତଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲି, ମାତ୍ର ମୋତେ କହି ବୁଝିଲେ ନାହିଁ । ଭଉଣୀ, ବନ୍ଧୁ ଓ ପିତାମାତା ସମସ୍ତେ ମୋତେ ଓଲଟା ବୁଝିଥିଲେ । ଆଜି ମୁଁ ଯାହା କରିବାକୁ ଯାଉଛି ତାହା ମୁଁ ନିଜ ଇଚ୍ଛାରେ କରୁଛି । ଏଥିରେ କାହାର ସଂପୃକ୍ତି ନାହିଁ । ମୋର ଯିବା ପରେ କାହାକୁ ନିନ୍ଦା କରିବେ ନାହିଁ । ବୋଧହୁଏ ଏହି ଭିଡିଓ ମୋ ଜୀବନର ଅନ୍ତିମ ଭିଡିଓ ହେବ ।’

Get real time updates directly on you device, subscribe now.