fbpx
BSKY
BJD YOUTH SKY
BJD MS SKY

ରାହୁଲ ଗାନ୍ଧୀଙ୍କ କଥାରେ UPSC ପ୍ରସ୍ତୁତି ଛାଡି ବିଧାୟିକା ହୋଇଥିଲେ, ଏବେ ଇଡି ରାଡାରରେ ଅମ୍ବା ପ୍ରସାଦ

ନୂଆଦିଲ୍ଲୀ : ୟୁପିଏସସିର ପ୍ରସ୍ତୁତି କରୁଥିଲେ । ଆଶ ଥିଲା ପ୍ରଶାସନିକ ସ୍ତରରେ କାର୍ଯ୍ୟ କରିବେ । କିନ୍ତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଥାରେ ହେଉ ଅବା ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି ରାଜନୀତିରେ ସାମିଲ ହୋଇଥିଲେ । କିନ୍ତୁ ଏବେ ସେ ଇଡିର ରାଡାର ରେ ରହିଛନ୍ତି । ବିପଦରେ ତାଙ୍କ କ୍ୟାରିୟର । ଆମେ କହୁଛୁ ବଡକାଗାଁର କଂଗ୍ରେସ ବିଧାୟକ ଅମ୍ବା ପ୍ରସାଦଙ୍କ ବିଷୟରେ.. । ତାଙ୍କ ନାଁ ରେ ଟଙ୍କା ହେରଫେର ର ଅଭିଯୋଗ ହୋଇଛି ଏବଂ ଇଡି ହାତରେ ଏବେ ଏହି ମାମଲା ରହିଛି ।

ସୂଚନାଯୋଗ୍ୟ, ଝଡଖଣ୍ଡରେ ଦୁର୍ନୀତି ମାମଲାରେ ହାଇ ପ୍ରୋଫାଇଲ୍ ନେତା ତଥା ଅଧିକାରୀଙ୍କ ଉପରେ ଇଡି କଟକଣା ଜାରି କରିଛି । ବର୍ତ୍ତମାନ ବଡକାଗାଁର କଂଗ୍ରେସ ବିଧାୟକ ଅମ୍ବା ପ୍ରସାଦ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ରାଡାରକୁ ଆସିଛନ୍ତି। ଇଡିର ରାଞ୍ଚି ଜୋନାଲ କାର‌୍ୟ୍ୟାଳୟରେ କଂଗ୍ରେସ ବିଧାୟକଙ୍କ ବିରୋଧରେ ଟଙ୍କା ହେରଫେର ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ଇଡିର ଡେପୁଟି ଡାଇରେକ୍ଟର ସ୍ତରୀୟ ଅଧିକାରୀ ଅମ୍ବାଙ୍କ ବିରୋଧରେ ପୋଲିସ ନିକଟରେ ମାମଲା ଦାୟର କରିଥିଲେ। ଏହି ମାମଲା ଏବେ ଇଡିକୁ ହସ୍ତାନ୍ତର କରାଯାଇଛି ।

ଅମ୍ବା ପ୍ରସାଦଙ୍କ ସମେତ ପାଞ୍ଚରୁ ଛଅ ଜଣଙ୍କ ନାଁରେ ମାମଲା ରହିଛି । ସେହିଭଳି ଅନ୍ୟ ଏକ ମାମଲାରେ ଅମ୍ବାଙ୍କ ସମେତ ୧୧ ଜଣ ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଇଡି ଏହି ଘଟଣାର ତଦନ୍ତ କରୁଛି।

Get real time updates directly on you device, subscribe now.