fbpx
BSKY
BJD YOUTH SKY
BJD MS SKY

ପୂର୍ବତନ ବିଜେପି ବିଧାୟକ ଗିରଫ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିସହିତ ଚଳିତ ବର୍ଷ ହେବାକୁ ଥିବା ୬ଟି ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବିଭିନ୍ନ ରାଜ୍ୟରେ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ଆସନ୍ତା ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଆସନ୍ତା ମାସ ୧୦ ତାରିଖରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନରେ ଉପନିର୍ବାଚନ ଓ ପଞ୍ଜାବର ଜଳନ୍ଧର ଲୋକସଭା ଆସନରେ ଉପନିର୍ବାଚନ ହେବ ।

ତେବେ ଏହା ମଧ୍ୟରେ କିଛି ରାଜ୍ୟରେ ହିଂସା ଦେଖିବାକୁ ମିଳିଛି । ନିକଟରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ତେବେ ବିହାରର ସାସାରାମରେ ପୂର୍ବରୁ ହୋଇଥିବା ହିଂସା ଘଟଣାରେ ବିଜେପିର ଜଣେ ପୂର୍ବତନ ବିଧାୟକଙ୍କୁ ପୋଲିସ ଗିରଫ କରିଛି । ସାମ୍ପ୍ରଦାୟିକ ମାମଲା ଅଭିଯୋଗ ଆଧାରରେ ପୂର୍ବତନ ବିଧାୟକ ଜବାହର ପ୍ରସାଦଙ୍କୁ ତାଙ୍କୁ ଘରୁ ଗିରଫ କରାଯାଇଛି ।

ରାମନବମୀ ଅବସରରେ ବିହାରର ନାଳନ୍ଦା ଜିଲ୍ଲାର ବେହାରଶରିଫ ଓ ରୋହତାସ ଜିଲ୍ଲାର ସାସାରାମରେ ହିଂସା ଉଗ୍ରରୂପ ଧାରଣ କରିଥିଲା । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୭୩ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ହିଂସାକୁ ପ୍ରୋତ୍ସାହିତ କରିବା ଓ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଗତ ମାସ ୩୧ ତାରିଖରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ମାମଲାରେ ଜବାହରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.