fbpx

ପିକଅପ ପଛକୁ ପିଟିଲା ମୋ ବସ୍ : ୧୦ ଆହତ

ଖୋର୍ଦ୍ଧା: ଏକ ଗୁରୁତର ଦୁର୍ଘଟଣା କଥା ସାମ୍ନାକୁ ଆସିଛି । ଏକ ପିକଅପ ପଛକୁ ମୋ ବସ୍ ପିଟି ଦେବା ଫଳରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ମଧ୍ୟ ରହିଛନ୍ତି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ଏନଏଚ ୧୬ ମକନ୍ଦପ୍ରସାଦ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୋ ବସ ଏକ ପିକଅପ ପଛକୁ ପିଟିଛି । ଯାହାଦ୍ୱାରା ପିକଅପରେ ଥିବା ୨ ଜଣ ଯାତ୍ରୀ ଗୁରୁତର ଥିବା ବେଳେ ବସ୍ ରେ ଥିବା ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏକ ଆମ୍ବୁଲାନ୍ସକୁ ଡକାଯାଇ ସମସ୍ତ ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.