fbpx

ଦିଲ୍ଲୀ ପାଇଁ ଖୁସି ଖବର ! ଚଳିତ ବର୍ଷ ଜାନୁଆରୀ ରୁ ଏପ୍ରିଲରେ ବାୟୁର ଗୁଣବତ୍ତା ସର୍ବୋତ୍ତମ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସୀ ଖବର । ବଦଳିଛି ବାୟୁମଣ୍ଡଳ, ବଦଳିଛି ଲୋକଙ୍କ ଜୀବନଧାରା । ଅତ୍ୟଧିକମାତ୍ରାରେ ପ୍ରଦୂଷଣ ଏବଂ ଘପନକୁହୁଡି ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କରିଥିଲା । କିନ୍ତୁ ଗତ ସାତ ବର୍ଷର ସମାନ ଅବଧି ତୁଳନାରେ ଚଳିତ ବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ସର୍ବୋତ୍ତମ ରେକର୍ଡ କରାଯାଇଛି । ୨୦୧୬ ଅପେକ୍ଷା ୨୦୨୩ର ବାୟୁର ଗୁଣବତ୍ତା ବହୁ୍‌ତ ଭଲ ଅଛି । ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ରବିବାର ଦିନ ଏହି ସୂଚନା ଦେଇଛନ୍ତି । କିନ୍ତୁ ଏହି ରିପୋର୍ଟ ରେ ୨୦୨୦ କୁ ସାମିଲ କରାଯାଇନାହିଁ । କାରଣ ସେବର୍ଷ କୋଭିଡ-୧୯ ଯୋଗୁଁ ଲକଡାଉନ୍ ଲାଗୁ ହୋଇଥିବାରୁ ଦିଲ୍ଲୀ ବାୟୁମଣ୍ଡଳରେ ଅନେକ ଉନ୍ନତି ଆସିଥିଲା ।

ଏଠାରେ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ ୨୦୨୦ ମସିହାରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଲାଗୁ କରାଯାଇଥିଲା, ଯେଉଁଥିପାଇଁ ବାୟୁ ଗୁଣବତ୍ତାରେ ଉଲ୍ଲେଖନୀୟ ଉନ୍ନତି ଘଟିଥିଲା। ଯଦି ଏହି ବର୍ଷକୁ ବାଦ ଦିଆଯାଏ, ପୂର୍ବ ବର୍ଷଗୁଡ଼ିକର ସମାନ ଅବଧି ତୁଳନାରେ ବାୟୁ ଗୁଣବତ୍ତା ଦୃଷ୍ଟିରୁ ୨୦୨୩ ବର୍ଷର ପ୍ରଥମ ଚାରି ମାସ ସର୍ବୋତ୍ତମ ଥିଲା ।

Get real time updates directly on you device, subscribe now.