fbpx

ହାଇ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି ? ମେଡ଼ିସିନ ବଦଳରେ କରନ୍ତୁ ଏହିସବୁ ବ୍ୟାୟାମ

ହାଇ ବ୍ଲଡ଼ ପ୍ରେସର ସମସ୍ୟା ଖୁବ୍ ଗମ୍ଭୀର ହୋଇଥିବା ବେଳେ ଏଥିଯୋଗୁଁ ହୃଦୟ ସମ୍ବନ୍ଧିତ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ। ଅତ୍ୟଧିକ ଔଷଧ ସେବନ କରିବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ଏହିକାରଣରୁ ଉଚ୍ଚ ରକ୍ତଚାପର ସମସ୍ୟା କମ କରିବା ପାଇଁ କିଛି ଯୋଗଭ୍ୟାସ କରିବା ଉଚିତ। ତେବେ ଜାଣନ୍ତୁ କେଉଁ ସବୁ ବ୍ୟାୟାମ କରିବା ଦ୍ୱାରା ଆପଣ ନିଜର ରକ୍ତଚାପ ସମସ୍ୟା ଦୂର କରି ପାରିବେ।

ଶିଡି ଚଢିବା

ବ୍ଲଡ ପ୍ରେସର କମ କରିବା ଏବଂ ହୃଦୟକୁ ସୁସ୍ଥ ରଖିବା ପାଇଁ ଶିଡି ଚଢିବା ସବୁଠାରୁ ଭଲ ଉପାୟ। ଶିଡି ଚଢିବା ଏବଂ ଓହ୍ଲାଇବା ଦ୍ୱାରା ଅଧିକ ମାତ୍ରାରେ କ୍ୟାଷଲାରୀ ବର୍ଣ୍ଣ ହୋଇଥାଏ। ଯାହାର ସିଧା ପ୍ରଭାବ ହୃଦୟ ଉପରେ ପଡିଥାଏ। ଏହି କାରଣରୁ ଆପରମାନେ ଲିପ୍ଟ ବ୍ୟବହାର ନକରି ଆଜି ଠାରୁ ହିଁ ଶିଢି ଚଢିବା ଅଭ୍ୟାସ କରନ୍ତୁ।

କାର୍ଡିୟୋ ଏକ୍ସରସାଇଜ୍‌

କାର୍ଡିୟୋ ଏକ୍ସରସାଇଜ୍ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହି ଏକ୍ସରସାଇଜ୍ ଶରୀରରେ ରକ୍ତ ପ୍ରବାହ ବଢାଇବାରେ ସହାୟକ ହୋଇଥାଏ। କାର୍ଡିୟୋ ଏକ୍ସରସାଇଜ୍ କରିବା ଦ୍ୱାରା ଅଧିକ ମାତ୍ରାରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଯେଉଁ କାରଣରୁ ହୃଦୟ ସୁସ୍ଥ ରହିଥାଏ। ଯଦି ଆପଣଙ୍କର ମଧ୍ୟ ଉଚ୍ଚ ରକ୍ତଚାପର ସମସ୍ୟା ରହିଥାଏ ତେବେ ଆପଣ ମଧ୍ୟ ଘରେ ଏହି ଏକ୍ସରସାଇଜ୍ କରନ୍ତୁ।

ଷ୍ଟ୍ରେନ୍ଥ ଟ୍ରେନିଂ

ଷ୍ଟ୍ରେନ୍ଥ ଟ୍ରେନିଂ ମାସଂପେଶୀ ଏବଂ ହାଡ ପାଇଁ ଖୁବ୍ ଲାଭକାରୀ ହୋଇଥାଏ। ଏହି ଏକ୍ସରସାଇଜ୍ କରିବା ଦ୍ୱାରା ଅଧିକ ମାତ୍ରାରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଉଚ୍ଚ ରକ୍ତଚାପ ଥିବା ରୋଗୀ ଷ୍ଟ୍ରେନ୍ଥ ଟ୍ରେନିଂ କରିପାରିବେ। କିନ୍ତୁ ଏହି ଏକ୍ସରସାଇଜ୍ ଆରମ୍ଭ କରିବା ସମୟରେ ସରଳ ଅଭ୍ୟାସ ପାଇଁ ପ୍ରୟାସ କରନ୍ତୁ।

ଷ୍ଟ୍ରେଚିଂ

ଷ୍ଟ୍ରେଚିଂ କରିବା ଦ୍ୱାରା ଶରୀରରେ ନମନୀୟତା ଆସିଥାଏ। ଷ୍ଟ୍ରେଚିଂ ଦ୍ୱାରା ପିଠି ଏବଂ ଅଣ୍ଟାର ଯନ୍ତ୍ରଣା ମଧ୍ୟ କମ ହୋଇଥାଏ। ହାଇ ବ୍ଲଡପ୍ରେସର ଥିବା ଲୋକମାନେ ମଧ୍ୟ ଏପରି ଏକ୍ସରସାଇଜ୍ କରିପାରିବେ। ଷ୍ଟ୍ରେଚିଂ କରିବା ଦ୍ୱାରା ରକ୍ତଚାପ କଣ୍ଟ୍ରୋଲରେ ରହିଥାଏ। କିନ୍ତୁ ଷ୍ଟ୍ରେିଚିଂ କରିବା ପୂର୍ବରୁ ଏହାର ପ୍ରକାର, ତୀବ୍ରତା ଏବଂ ସମୟ ଉପରେ ଧ୍ୟାନ ଦିଅନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

Get real time updates directly on you device, subscribe now.