fbpx

ସମ୍ବଲପୁର ଝାମେଲା: ଝାରସୁଗୁଡାରେ ବିଜେପିର ୪ ଜଣିଆ ଟିମ, ବ୍ରିଜେଶ ଲାଲାଙ୍କ ନେତୃତ୍ୱରେ ହେବ ସ୍ଥିତି ଅନୁଧ୍ୟାନ

ଝାରସୁଗୁଡା: ସମ୍ବଲପୁର ହିଂସାକାଣ୍ଡ ବର୍ତ୍ତମାନ ଟିକିଏ ଶାନ୍ତ ପଡିଥିବା ଦେଖିବାକୁ ମିଳିଛି । ତେବେ ଭାରତୀୟ ଜନତା ପାର୍ଟିର ଏକ ଟିମ୍ ଏହାର ସ୍ଥିତି ଅନୁଧ୍ୟାନ କରିବାକୁ ଝାରସୁଗୁଡାରେ ପହଞ୍ଚିଛନ୍ତି । ରାଜଧାନୀ ଦିଲ୍ଲୀରୁ ବିଜେପିର ୪ ଜଣିଆ ସ୍ୱତନ୍ତ୍ର ଟିମ୍ ଏଠାରୁ ସମ୍ବଲପୁର ବାହାରିଛନ୍ତି । ତେବେ ପୂର୍ବତନ ଆଇଏଏସ ଅଧିକାରୀ ତଥା ବ୍ରିଜେଶ ଲାଲାଙ୍କ ନେତୃତ୍ୱରେ ସେଠାକାର ସ୍ଥିତି ପରୀକ୍ଷା କରିବ ଏହି ସ୍ୱତନ୍ତ୍ର ଟିମ୍ । ତେବେ ବ୍ରିଜେଶ ଲାଲଙ୍କ ବ୍ୟତୀତ ଜ୍ୟୋତିର୍ମୟ ସିଂ ମାହାତୋ, ସମୀର ଓରାଓ ଏବଂ ଆଦିତ୍ୟ ସାହୁ ଏହି ଦଳରେ ସାମିଲ ରହିଛନ୍ତି ।

ସୂଚନା ଅନୁସାରେ, ସମ୍ବଲପୁରର ସ୍ତିତି ପରଖିବା ପାଇଁ ଝାରସୁଗୁଡାରେ ପହଞ୍ଚିଛି ବିଜେପି ଟିମ୍ । ତବେ ବିଜେପିର ଏହି ସ୍ୱତନ୍ତ୍ର ଟିମ୍ କୁ ଝାରସୁଗୁଡା ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପି ସଦସ୍ୟ । ବର୍ତ୍ତମାନ ଏହି ସମ୍ବଲପୁର ଅଭିମୁଖେ ବାହାରିଥିବା ବେଳେ ସେଠାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ହିଂସା, ହତ୍ୟାକାଣ୍ଡ ସ୍ଥିତି ସମୀକ୍ଷା କରିବା ସହିତ ମୃତକଭ୍କ ପରିବାର ସହ ମଧ୍ୟ ଆଲୋଚନା କରିବେ । ତେବେ ଏଭଳି ଘଟଣା ପାଇଁ କେନ୍ଦ୍ରୀୟ ଯିମ୍ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କର ବିଫଳତା ଯୋଗୁଁ ଏଭଳି ଏକ କାଣ୍ଡ ଘଟିଯାଇଥିବା ଅଭିଯୋଗ କରିଛି ବିଜେପି ଟିମ୍ ।

ସେପଟେ ଏ ନେଇ ଯାଞ୍ଚ ପ୍ରକ୍ରିୟା ଶେଷ ପରେ ରିପୋର୍ଟ ଦିଆଯିବ ବୋଲ କହିଛନ୍ତି ଟିମ୍ ର ଲିଡର ବ୍ରିଜେଶ ଲାଲ । ତେବେ ଏହା ମଧ୍ୟରେ ସେ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସମାଜକୁ ଦୁଇ ଭାଗ କରିବା କିମ୍ବା ବାଣ୍ଟିବା ବିଜେପିର କାମ ନୁହେଁ । ତେବେ ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରୁଛନ୍ତି । ସରକାର ଯଦି ଠିକ ରହିଥାନ୍ତେ, ତେବେ ଏପରି ଏକ ଅଘଟଣ ଘଟି ନଥାନ୍ତା ବୋଲି କହିଛନ୍ତି ବିଜେଶ ଲାଲ ।

Get real time updates directly on you device, subscribe now.