fbpx

ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ; ଜିଅନ୍ତା ଜଳିଗଲେ ୪ ଜଣ ଶିଶୁ, ଅଧା ଡର୍ଜନରୁ ଅଧିକ ଗୁରୁତର

ମୁଜାଫରପୁର : ବିହାରର ମୁଜାଫରପୁରରୁ ଏକ ବଡ ଖବର ଆସିଛି । ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରି ପିଲା ଜୀବନ୍ତ ଦଗ୍ଧ ହୋଇଥିବାବେଳେ ନିଆଁରେ ଡର୍ଜନରୁ ଅଧିକ ଲୋକ ନିଆଁରେ ଜଳି ଗୁରୁତର ଆହତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ଆହତମାନଙ୍କୁ SKACH ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ଏହି ଘଟଣା ସାଦର ପୋଲିସ ଷ୍ଟେସନ ପରିସରର ରାମଦାଲୁ ଷ୍ଟେସନ ନିକଟରେ ଘଟିଥିଲା। ରାତି ପ୍ରାୟ ୧ ଟା ସମୟରେ ଏଠାରେ ଥିବା ଏକ ଚାଳ ଘରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଶୋଇଥିବା ୪ ଟି ପିଲା ଜୀବନ୍ତ ଦଗ୍ଧ ହୋଇଥିଲେ। ଏହି ଘଟଣାରେ ଅଧା ଡର୍ଜନରୁ ଅଧିକ ଅର୍ଥାତ୍ ୬ରୁ ଅଧିକ ଲୋକ ମଧ୍ୟ ଜଳି ଆହତ ହୋଇଛନ୍ତି । କୁହାଯାଉଛି ଯେ ନିଆଁ ଲାଗିବା ସମୟରେ ଏହି ସମସ୍ତ ଲୋକ ଶୋଇଥିଲେ। ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।

Get real time updates directly on you device, subscribe now.