fbpx

ବୟସ ବଢିବା ସହ ବଢୁଛି କି ପିଠି ଯନ୍ତ୍ରଣା? ତେବେ ଆପଣାନ୍ତୁ ଏହି ଉପାୟ

ଆଜିକାଲି ପିଠି ଯନ୍ତ୍ରଣା କେବଳ ବଢୁଥିବା ବୟସର ଲୋକଙ୍କଠାରେ ନୁହେଁ ବରଂ ଯୁବକମାନଙ୍କଠାରେ ମଧ୍ୟ ଦେଖିବାରୁ ମିଳୁଛି। ଆମ ଜୀବନରେ ପିଠି ଯନ୍ତ୍ରଣା ହେବାର ପ୍ରାୟ ୮୪ ପ୍ରତିଶତ ସମ୍ଭାବନା ଅଛି। ଅନେକ ଥର ଲୋକ ପିଠି ଯନ୍ତ୍ରଣାକୁ ଜୀବନଶୈଳୀର ଏକ ଅଂଶ କରି ଏହାକୁ ଅଣଦେଖା କରନ୍ତି। ଅଧିକ ସମୟ ଧରି ବସି ରହିବା ହେଉ ବା ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁଁ ଅନେକ ଲୋକ ପିଠି ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଏ।

ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାନ୍ତି । ଏଥିରୁ ମୁକ୍ତି ପାଇବା ଲାଗି କେହିକେହି ନାନା ପ୍ରକାର ପେନ୍‌ କିଲର୍‌ ବ୍ୟବହାର କରିଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଘରୋଇ ଉପାୟରେ ଏହି ସମସ୍ୟାକୁ ଦୂର କରିବାର ଉପାୟ ବତେଇବୁ….

– ଯନ୍ତ୍ରଣା ହେଉଥିବା ସ୍ଥାନରେ ସୈନ୍ଧବ ଲବଣକୁ ଏକ କନାପୁଡ଼ିଆରେ ବାନ୍ଧି ଉଷୁମ କରି ସେକ ଦେଲେ କିଛି ସମୟ ମଧ୍ୟରେ ଏଥିରୁ ମୁକ୍ତି ମିଳିଥାଏ।

– ସେହିପରି ଉଷୁମ ପାଣି ସେକ ଏବଂ ବରଫ ଲଗାଇଲେ ମଧ୍ୟ ସୁଫଳ ମିଳେ ।

– ଯନ୍ତ୍ରଣା ହେଉଥିବା ସ୍ଥାନରେ ରସୁଣ ଫୁଟା ଉଷୁମ ତେଲ ମାଲିସ କଲେ କିଛି ସମୟ ମଧ୍ୟରେ ଆରାମ ଲାଗିଥାଏ ।

– ପ୍ରତିଦିନ କିଛି ସମୟ ବ୍ୟାୟାମ କଲେ ଏଭଳି ସମସ୍ୟା ହୋଇ ନ ଥାଏ ବୋଲି ଚିକିତ୍ସକମାନେ ପରାମର୍ଶ କହିଥାନ୍ତି ।

Get real time updates directly on you device, subscribe now.