ଭୁବନେଶ୍ୱର:ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ବିୟୋଗ ପରେ ଆସନ୍ତା ମେ୧୦ ତାରିଖରେ ଝାରସୁଗୁଡାରେ ଅନୁଷ୍ଠିତ ହେବାକୁ ଯାଉଛି ଉପନିର୍ବାଚନ । ଏହା ପାଇଁ ଏବେ ଠାରୁ ତିନି ଦଳ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି । ଷ୍ଟାର ପ୍ରଚାରକ ମାନେ ତାଙ୍କର ସମସ୍ତଙ୍କ ଜୋର ଲଗେଇ ତିନିଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ।
ଏବେ ଠାରୁ କ୍ୟାମ୍ପ ଲଗାଇ ଭୋଟବାକ୍ସକୁ ଜଗିବସିଛନ୍ତି ସବୁ ଦଳ । ଏହା ଭିତରେ ବିଜେଡି ସୁପ୍ରିମୋ ମଧ୍ୟ ପ୍ରଚାର ମଇଦାକୁ ଓହ୍ଲାଇବେ ବୋଲି ଖୁବ ଶୁଣିବାକୁ ମିଳୁଛି । ଆସନ୍ତା ୭ ତାରିଖରେ ନବୀନ ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳୁଛି ।
ନବୀନଙ୍କ ଲୋକପ୍ରିୟତା ଯେଉଁ ଭଳି ରହିଛି ତାଙ୍କର ମଇଦାନରେ ପାଦ ଦେବା ବିଜେଡି ପାଇଁ ଏକ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରେ । ଉପନିର୍ବାଚନ ବିଜୟର ବାନା ଉଡାଇାବାର ରେକର୍ଡ ବିଜେଡି ତାର ନାମରେ ରଖିଛି । ତେବେ ବିରୋଧୀ ମାନଙ୍କ ପ୍ରସ୍ତୁତି ଦେଖି ବିଜେଡି ସୁପ୍ରିମୋ ମଇଦାନକୁ ଓହ୍ଲେଇ ପାରନ୍ତି । ଆଉ ଏହା ବିଜୟରେ ବିଜେଡିକୁ ସୁନିଶ୍ଚିନ୍ତ ସହାୟକ ହେବ ।
ତେବେ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିରୁ ନବ ଦାସଙ୍କ ସୁପୁତ୍ରି ଦୀପାଳି ଦାସଙ୍କୁ ଟିକେଟ ଦେଇଥିବା ବେଳେ କଂଗ୍ରେସରୁ ତରୁଣ ପାଣ୍ଡେ ଆଉ ବିଜେପିରୁ ଟଙ୍କଡଧର ତ୍ରିପାଠୀ ପ୍ରତିଦ୍ୱନ୍ଧିତା କରୁଛନ୍ତି । ଦେଖିବା ବାକି ରହିଲା ଏହି ଗଡ ପୁଣି ଥରେ ବିଜେଡି କବ୍ଚାରେ ରହିବ ନା ଆଉ କେଉଁ ଦଳ ଏହି ଆସନରେ ବିଜୟ ହେବ ।