fbpx

କେଦାରନାଥ ମନ୍ଦିରରୁ ମିଳିଲା ଡାକରା: ଯାତ୍ରା ଆରମ୍ଭ ପାଇଁ ଖୋଲିଲା ରାସ୍ତା

ନୂଆଦିଲ୍ଲୀ: ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଥରେ ଖୋଲିଲା ପବିତ୍ର କେଦାରନାଥ ଧାମ । ଯାତାୟତ ପାଇଁ ରାସ୍ତା ଖୋଲିବା ପରେ ଏବେ ଆରମ୍ଭ ହୋଇଛି କେଦାରନାଥ ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ପରିଶ୍ରମ ପରେ ରାସ୍ତା ଖୋଜି ବାହାର କରିଛନ୍ତି ଏସଡିଆରଏଫ ଏବଂ ପିଡବ୍ଲୁଡିର ମିଳିତ ଦଳ । ତେବେ ବର୍ତ୍ତମାନ କେବଳ ପଦଚାରୀମାନଙ୍କ ପାଇଁ ରାସ୍ତା ସୁଗମ ହୋଇପାରିଛି । ଏହାପୂର୍ବରୁ କୁବେର ଏବଂ ଭୈରବ ଗ୍ଲାସିୟର ନିକଟରେ ଗ୍ଲାସିୟର ଖସୁଥିବାରୁ ରାସ୍ତା ଖୋଲି ଦିଆଯାଇଥିଲା ।

ବୁଧବାର ସନ୍ଧ୍ୟାରେ ଗ୍ଲାସିୟର ଭାଙ୍ଗୁଥିବାରୁ କେଦାରନାଥ ଯାଉଥିବା ୪ ପୋର୍ଟର ଫସି ଯାଇଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିଥିଲା । ଚନ୍ଦା ବାହାଦୂର, ଶେଖ ବାହାଦୂରଙ୍କ ସହ ଖଡକ ବାହାଦୂର ଥାପା ଏବଂ ରାମ ବାହାଦୂର ଏହି ଗ୍ଲାସିୟରରେ ଫସି ରହିଥିଲେ । ଲିଞ୍ଚୋଲିରୁ ଶ୍ରୀ କେଦାରନାଥ ଧାମକୁ ଯାଉଥିବା ବେଳେ କୁବେର ଗ୍ଲାସିୟର ନିକଟରେ ଅଚାନକ ବରଫରେ ଫସି ଯାଇଥିଲେ ଏମାନେ । ଉଭୟ ପାଶ୍ୱର୍ରୁ ରାସ୍ତା ବନ୍ଦ ହୋଇ ଯିବାରୁ ଏମାନେ ବାହାରକୁ ବାହାରିବା ପାଇଁ ଫେରି ପାରି ନଥିଲେ ।

Get real time updates directly on you device, subscribe now.