fbpx
BSKY SKY
BSKY SKY

ବିହାରରେ ଜାତିଗତ ଜନଗଣନା ଉପରେ ରୋକ ଲଗାଇଲେ ପାଟଣା ହାଇକୋର୍ଟ, ୩ ଜୁଲାଇରେ ପରବର୍ତ୍ତି ଶୁଣାଣି

BSKY

ନୁଆଦିଲ୍ଲୀ: ବିହାରରେ ଜାତିଗତ ଜଣ ଗଣନା ଉପରେ ମଧ୍ୟବର୍ତ୍ତୀ କାଳୀନ ରୋକ ଲଗାଇଛନ୍ତି ପାଟଣା ହାଇକୋର୍ଟ । ଏହି ମାମଲାର ପରବର୍ତ୍ତି ଆଗାମୀ ଶୁଣାଣି ୩ ଜୁଲାଇରେ ହେବ। ଏହା ନୀତିଶ ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଜାତି ଭିତ୍ତିକ ଜନଗଣନା ବାତିଲ କରିବାକୁ ପ୍ରଥମେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା, କିନ୍ତୁ କୋର୍ଟ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ । ତେବେ ନୀତୀଶ ସରକାର ଜାତି ଗଣନା କରିବା ସପକ୍ଷରେ ଅଟଳ ରହିଛନ୍ତି। ଜାତିଗତ ଜନଗଣନା ପ୍ରସ୍ତାବକୁ ନୀତିଶ ସରକାର ୧୮ ଫେବୃଆରୀ ୨୦୧୯ ରେ ଏବଂ ୨୭ ଫେବୃଆରୀ ୨୦୨୦ ରେ ବିହାର ବିଧାନସଭା ଏବଂ ବିଧାନ ପରିଷଦରେ ପାସ୍ କରିଛନ୍ତି ।

ହାଇକୋର୍ଟଙ୍କ ରୋକ ପରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଜାତିଗତ ଜନଗଣନା କରିବା ପାଇଁ ଆମ ସରକାର ପ୍ରତୀବଦ୍ଧ । ଆମେ ରାଜ୍ୟରେ ତଳ ସ୍ତରରେ ଥିବା ବ୍ୟକ୍ତି ପର୍ଯ୍ୟନ୍ତ ସରକାରୀ ଯୋଜନା ପହଞ୍ଚାଇବା ପାଇଁ ଏହି ଜନଗଣନା କରୁଛୁ । ଆମେ ଆମର ଚେଷ୍ଟା ଜାରି ରଖିବୁ । ତେବେ ବିହାରରେ ଜାତିଗତ ଜନଗଣନା ନେଇ ଅନେକ ପ୍ରଶ୍ନ ଉଠୁଛି । ପ୍ରଶ୍ନ ଉଠୁଛି ଯେ ବିହାର ସରକାର ଜାତିଗତ ଜନ ଗଣନା କରୁଛନ୍ତି, ଏହା ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ କି? ଭାରତର ସମ୍ବିଧାନ ରାଜ୍ୟ ସରକାରଙ୍କୁ ଜାତି ଗଣନା କରିବାର ଅଧିକାର ଦେଇଥାଏ କି?

ସୂଚନାଯୋଗ୍ୟ ଗତବର୍ଷ ବିହାର ସରକାର ଜାତିଗତ ଜନଗଣାନା କରିବା ପାଇଁ ନିଷ୍ପତି ନେଇଥିଲେ । ଏହାର ପ୍ରକ୍ରିୟା ଚଳିତ ବର୍ଷ ଜାନୁଆରେ ଆରମ୍ଭ ହୋଇଥିଲା ଏବଂ ମେ ମାସ ସୁଦ୍ଧା ଏହାକୁ ପୁରଣ କରିବାର ଲକ୍ଷ୍ୟ ଥିଲା । କିନ୍ତୁ ଏବେ ପାଟଣା ହାଇକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି ।

Get real time updates directly on you device, subscribe now.