fbpx

ପୁଣି ଏନକାଉଣ୍ଟର ; ଗ୍ୟାଙ୍ଗଷ୍ଟର ଅନିଲ ସଫା

ନୂଆଦିଲ୍ଲୀ : ଆକ୍ସନ ମୋଡରେ ୟୁପି ପୋଲିସ । ଗୋଟି ଗୋଟି ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରୁଛି ୟୁପି ପୋଲିସ । ୟୁପି ଏସଟିଏଫ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନାଙ୍କୁ ଏନକାଉଣ୍ଟର କରିଛନ୍ତିି । ଆଜି ଅପରାହ୍ନରେ ମେରଠରେ ଅନିଲ ଦୁଜାନାଙ୍କୁ ଏନକାଉଣ୍ଟର କରାଯାଇଛି । ହତ୍ୟା, ଡକାୟତି, ଅପହରଣ ଭଳି ଅନେକ ଗୁରୁତର ମାମଲା ରହିଛି ଅନିଲ ଦୁଜାନା ନାଁରେ ।

ଏହି ଗ୍ୟାଙ୍ଗଷ୍ଟର ନାଁରେ ୧୮ ଟି ହତ୍ୟା, ଚୋରାଚାଲାଣ, ଡକାୟତି, ଜମି ଦଖଲ, ସମ୍ପତ୍ତି ଛାଡିବା ଏବଂ ଅସ୍ତ୍ରଶସ୍ତ୍ର ଆଇନ ସମେତ ୬୨ ଟି ଗୁରୁତର ମାମଲା ରହିଥିଲା। ସେ AK-47 ରେ ଗ୍ୟାଙ୍ଗଷ୍ଟର ସୁନ୍ଦର ଭାଟିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦୁଜାନା ୨୦୧୨ ଠାରୁ ଜେଲରେ ଥିଲେ ଏବଂ ଜାନୁୟାରୀ ୨୦୨୧ ରେ ଜାମିନରେ ଆସିଥିଲେ। ଅନିଲ ମୁଣ୍ଡରେ ବୁଲନ୍ଦଶାହର ପୋଲିସ ୨୫ ହଜାର ଏବଂ ନୋଏଡା ପୋଲିସ ୫୦ ହଜାର ପୁରସ୍କାର ରାଶି ଘୋଷଣା କରିଥିଲା ।

Get real time updates directly on you device, subscribe now.