ନୂଆଦିଲ୍ଲୀ: ପୌର ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶର ୯ଟି ମଣ୍ଡଳର ୩୭ଟି ଜିଲ୍ଲାରେ ଆଜିଠୁ ଭୋଟଦାନ ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନର ମତଦାନ ଜାରି ରହିଥିବା ବେଳେ ମୈନପୁରୀରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ଡ୍ୟୁଟି କରୁଥିବା ସମୟରେ ପ୍ରାଣ ହରାଇଛନ୍ତି ଏଠିକାର ଏସଡିଏମ୍ । ନିର୍ବାଚନ ଡ୍ୟୁଟି କରୁଥିବା ସମୟରେ ଏସଡିଏମ୍ ହଠାତ୍ ଅସୁସ୍ଥ ହୋଇ ପଡିଥିବା ବେଳେ ପରେ ତାଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ମୈନପୁରୀରେ ନିର୍ବାଚନ ଚାଲୁ ରହିଥିବା ବେଳେ ଏସଡିଏମ୍ ଏବଂ ପିସିଏସ ଅଧିକାରୀ ବିରେନ୍ଦ୍ର କୁମାର ମତ୍ତଲ ଅସୁସ୍ଥ ହୋଇ ପଡିଥିଲେ । ତେଣୁ ତାଙ୍କୁ ଚିକିସବା ପାଇଁ ମେଡିକାଲ ପଠାଯାଇଥିଲା । କିନ୍ତୁ ଡାକ୍ତରଖାନାକୁ ଯିବା ବାଟରେ ହିଁ ବିରେନ୍ଦ୍ର ପ୍ରାଣ ହରାଇଛନ୍ତି । ତେବେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏସଡିଏମ ବିୀରେନ୍ଦ୍ରଙ୍କ ମୃତ୍ୟୁ ଖବର ଶୁଣି ସମାଜବାଦୀ ପାର୍ଟି ଏଥିପାଇଁ ଶୋକ ପ୍ରକାଶ କରିଛି ।
ଉତ୍ତରପ୍ରଦେଶରେ ପୌର ନିର୍ବାଚନ ପୂର୍ବରୁ ୩୭ଟି ଜିଲ୍ଲାରେ ମତଦାନ ଜାରି ରହିଛି । ଏହି ପ୍ରଥମ ପର୍ଯ୍ୟାୟରେ ସହାରନପୁର, ମୁରାଦାବାଦ, ଆଗ୍ରା, ଝାନ୍ସୀ, ପ୍ରୟାଗରାଜ, ଲକ୍ଷେ୍ନø, ଦେବୀପାଟନ, ଗୋରଖପୁର ଏବଂ ବାରାଣାସୀ ମଣ୍ଡଳର ୩୭ଟି ଜିଲ୍ଲାରେ ଭୋଟ ଗ୍ରହଣ କରାଯାଉଛି । ଏହି ଜିଲ୍ଲାରେ ୨.୪୦ କୋଟିରୁ ଅଧିକ ଭୋଟର ନିଜ ମତ ଦେଇ ପାରିବେ ।