fbpx

ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଲେ ସରକାର ; ମଣିପୁର ହିଂସା ପରେ କଠୋର ପଦକ୍ଷେପ

ନୂଆଦିଲ୍ଲୀ : ମଣିପୁର ହିଂସା ପରେ ଏବେ ରାଜ୍ୟ ସରକାରଙ୍କ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ହୋଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟପାଳ ଅନୁମୋଦନ କରିଛନ୍ତି। ଏହାପୂର୍ବରୁ, ହିଂସା ପ୍ରଭାବିତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିଲା। ଆସନ୍ତା ପାଞ୍ଚ ଦିନ ଧରି ରାଜ୍ୟରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି ।

ମଣିପୁରରେ ଆଦିବାସୀ ଆନ୍ଦୋଳନ ସମୟରେ ବୁଧବାର ଦିନ ହିଂସାକାଣ୍ଡ ଘଟିଥିଲା । ଏହି ହିଂସାକାଣ୍ଡ ୮ଟି ଜିଲ୍ଲାକୁ ବ୍ୟାପିଥିଲା । ବର୍ତ୍ତମାନ ମଣିପୁରର ହିଂସାକାଣ୍ଡର ପରିବେଶକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳରେ ଦଙ୍ଗାକାରୀଙ୍କୁ ଗୁଳି ଚଳାଇବା ନିର୍ଦ୍ଦେଶ ଦିଆଯାଇଛି। ହିଂସା ପ୍ରଭାବିତ ଅଞ୍ଚଳରେ ଦଙ୍ଗାକାରୀଙ୍କୁ ଗୁଳି ଚଳାଇବା ପାଇଁ ମଣିପୁରର ରାଜ୍ୟପାଳ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି। ଘଟଣାସ୍ଥଳରେ ଆସାମ ରାଇଫଲ୍ସର ୩୪ ଟି ଏବଂ ସେନାର ୯ ଟି କମ୍ପାନୀ ମଣିପୁରରେ ନିୟୋଜିତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଗୃହ ମନ୍ତ୍ରଣାଳୟ ମଧ୍ୟ ମଣିପୁରକୁ ରାପିଡ୍ ଆକ୍ସନ୍ ଫୋର୍ସର ପାଞ୍ଚଟି କମ୍ପାନୀ ପଠାଇଛି। ତେବେ ଏହା ସତ୍ତ୍ୱେ ମଣିପୁରରେ ହୋଇଥିବା ଉତ୍ତେଜନା ଥମିବାର ନାମ ନେଉନାହିଁ।

Get real time updates directly on you device, subscribe now.