fbpx
BSKY
BJD MC SKY
BJD YOUTH SKY

(Video) ରାଜନୀତିକୁ ଆସିବେ କି ମେଗା ଷ୍ଟାର ବାବୁସାନ୍? ଦେଖନ୍ତୁ କ’ଣ କହିଲେ ଚକଲେଟ ବୟ

ଭୁବନେଶ୍ୱର: ‘ଦମନ୍’ ଏବଂ ‘ମାଲ୍ୟଗିରି’ ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ଏବେ ଆଉ ଏକ ରୂପରେ ଆସୁଛନ୍ତି ମେଗାଷ୍ଟାର ବାବୁସାନ୍ । ବର୍ତ୍ତମାନ ରିଲିଜ ଅପେକ୍ଷାରେ ରହିଛି ବାବୁସାନଙ୍କ କମେଡି ଡ୍ରାମା ଫିଲ୍ମ ‘ପାବାର’ । ଏହି ସିନେମା ରଜରେ ରିଲିଜ ହେବାକୁ ଥିବା ବେଳେ ବର୍ତ୍ତମାନ ଏହାର ପ୍ରଚାରରେ ଲାଗି ପଡ଼ିଛନ୍ତି ବାବୁସାନ୍ । ତେବେ ଏହାମଧ୍ୟରେ ନିକଟରେ ତାଙ୍କୁ ନବୀନ ନିବାସରେ ମଧ୍ୟ ଦେଖିବାକୁ ମିଳିଥିଲା । ଚଳିତ ନିର୍ବାଚନରେ ବାବୁସାନ୍ ବିଜେଡି ପାଇଁ ପ୍ରଚାର ମଧ୍ୟ କରିଛନ୍ତି । ତେଣୁ ଏହାପରେ ସେ ରାଜନୀତିରେ ପାଦ ଥାପିବେ ବୋଲି ଚର୍ଚ୍ଚା ହେଉଛି ।

ଓଡ଼ିଆ ସିନେମାରେ ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଥିବା ଷ୍ଟାର ବାବୁସାନ୍ ଏବେ ରାଜନୀତିରେ ଡେବ୍ୟୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏ ନେଇ ବାବୁସାନ୍ କ’ଣ ଚିନ୍ତା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବାବୁସାନଙ୍କ ପୂର୍ବରୁ ଅନେକ ଅଭିନେତା ରାଜନୀତିରେ ପାଦ ଦେଇଛନ୍ତି । ତେବେ ବର୍ତ୍ତମାନ ପ୍ରଚାରକ ଭାବରେ ଦାୟିତ୍ୱ ପାଇଥିବା ବାବୁସାନ୍ ଆଗକୁ ରାଜନୀତିରେ ବଡ଼ ପଦ ପାଇବେ କି ନାହିଁ ଏବେ ଉତ୍ତର ରଖିଛନ୍ତି ।

 

Get real time updates directly on you device, subscribe now.