fbpx

ୟୁପିଆଇ ଲାଇଟ୍ ଫିଚର ଆରମ୍ଭ କଲା ଫୋନପେ, ଜାଣନ୍ତୁ କ’ଣ ମିଳିବ ଫାଇଦା ?

ମୁମ୍ବାଇ: ଫୋନପେ ନିଜ ଆପରେ ୟୁପିଆଇ ଲାଇଟ ଫିଚର ସାମିଲ କରିଥିବା ସମ୍ପର୍କରେ ଘୋଷଣା କରିଛି । ଏହି ଫିଚର ସହିତ ଗ୍ରାହକମାନେ ବିନା କୌଣସି ପିନ ଏଂଟର କରି ସେମାନଙ୍କ ୟୁପିଆଇ ଲାଇଟ ଆକାଉଂଟରୁ ମାତ୍ର ଗୋଟିଏ କ୍ଲିକରେ ୨୦୦ଟଙ୍କାରୁ କମ୍ ମୂଲ୍ୟର ପେମେଂଟ କରିପାରିବେ । ଟ୍ରାଞ୍ଜାକ୍ସନ ପ୍ରକ୍ରିୟା ସିଧାସଳଖ ଅନ- ଡିଭାଇସ ୟୁପିଆଇ ଲାଇଟ ବାଲାନ୍ସ ଡେବିଟ ହେବା ପରେ ସମ୍ପୂର୍ଣ୍ଣ ହୋଇଯିବ । ଏହାଦ୍ୱାରା ଗ୍ରାହକଙ୍କ ବ୍ୟାଙ୍କ (ରିମିଟର ବ୍ୟାଙ୍କ)ର ମୁଖ୍ୟ ବ୍ୟାଙ୍କିଙ୍ଗ ସିଷ୍ଟମକୁ ବାସ୍ତବିକ ସମୟରେ ଅନ୍ତର୍ଭୁକ୍ତ କରିବାକୁ ଆବଶ୍ୟକ ପଡ଼ିନଥାଏ । ଏହି ଟ୍ରାଞ୍ଜାକ୍ସନ ନିୟମିତ ୟୁପିଆଇ ଟ୍ରାଞ୍ଜାକ୍ସନ ତୁଳନାରେ ଶୀଘ୍ର କରାଯାଇପାରିବ । ସମସ୍ତ ପ୍ରମୁଖ ବ୍ୟାଙ୍କଗୁଡ଼ିକ ଫୋନପେ ରେ ୟୁପିଆଇ ଲାଇଟକୁ ସମର୍ଥନ କରି ଏବଂ ଦେଶର ସମସ୍ତ ୟୁପିଆଇ ବ୍ୟବସାୟୀ ଏବଂ କ୍ୟୁଆର ଏହାକୁ ଗ୍ରହଣ କରେ ।

ଏହି ଫିଚର ‘ଅନ-ଡିଭାଇସ’ ବାଲାନ୍ସ ମାଧ୍ୟମରେ ପରିଚାଳିତ ହୋଇଥାଏ । ଉପଭୋକ୍ତା ନିଜର ଫୋନପେ ଆପରେ ଏକ ସରଳ ପ୍ରକ୍ରିୟା ମାଧ୍ୟମରେ ଏହି ଫିଚରକୁ ତତକ୍ଷଣାତ ସକ୍ରିୟ କରିପାରିବେ । ଏହି କ୍ଷେତ୍ରରେ କୌଣସି କେୱାଇସି ପ୍ରାମାଣିକରଣ ଆବଶ୍ୟକ ନଥାଏ ଏବଂ ସହଜରେ ୟୁପିଆଇ ଆକାଉଂଟ ସୃଷ୍ଟି କରିପାରିବେ । ଗ୍ରାହକ ନିଜର ଲାଇଟ ଆକାଉଂଟରେ ୨୦୦୦ଟଙ୍କା ପର୍ଯ୍ୟନ୍ତ ଲୋଡ଼ କରିପାରିବେ ଏବଂ ଏକାଥରେ ୨୦୦ଟଙ୍କା କିମ୍ବା ତାଠାରୁ କମ୍ ରାଶିର ଟ୍ରାଞ୍ଜାକ୍ସନ କରିପାରିବେ ।

ପୁରୁଣା ଟ୍ରାଞ୍ଜାକ୍ସନଗୁଡ଼ିକ ଦେଖିବା ପାଇଁ ଉପଭୋକ୍ତାଙ୍କୁ ସେମାନଙ୍କ ବ୍ୟାଙ୍କ ତରଫରୁ ଦୈନିକ ଏକ ଏସଏମଏସ ପ୍ରାପ୍ତ ହେବ । ଯେଉଁଥିରେ ଦିନସାରା କରାଯାଇଥିବା ୟୁପିଆଇ ଲାଇଟର ପୁରୁଣା ଟ୍ର।।କ୍ସନ ବିଷୟରେ ସୂଚନା ଥିବ । ଫଳସ୍ୱରୂପ ବ୍ୟାଙ୍କ ଷ୍ଟେଟମେଂଟ / ପାସ୍ବୁକରେ ଏପରି ଛୋଟ ରାଶିର ଟ୍ରାଞ୍ଜାକ୍ସନଗୁଡ଼ିକୁ ବାଦ୍ ଦିଆଯିବ । କାରଣ ଏହି ଟ୍ରାଞ୍ଜାକ୍ସନ ଗୁଡ଼ିକ କେବଳ ଲାଇଟ ଆକାଉଂଟରେ ଦେଖାଯିବ । ଏହି ବିଷୟରେ ଘୋଷଣା କରି ଫୋନପେ ର ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ ଟେକ୍ନୋଲୋଜି ଅଫିସର ଶ୍ରୀ ରାହୁଲ ଚାରି କହିଛି ଯେ, ” ୟୁପିଆଇ ଲାଇଟ ହେଉଛି ୟୁପିଆଇ ଷ୍ଟାକ୍ର ମୂଳ ଅଂଶ ଯାହାର ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାଙ୍କୁ ଛୋଟ ଏବଂ ବାରମ୍ବାର କରାଯାଉଥିବା ଖର୍ଚ୍ଚ ପାଇଁ ଡିଜିଟାଲ ପେମେଂଟ ଅଭିଜ୍ଞତାକୁ ଉନ୍ନତ କରିବା ।

ୟୁପିଆଇ ଲାଇଟ ଏପରି ପଦ୍ଧତିଗୁଡ଼ିକର ପ୍ରାରମ୍ଭିକ ମାର୍ଗକୁ ସହଜ କରୁଛି ଯେଉଁଥିରେ ନେଟୱର୍କ ସଂଯୋଗ ବିନା ମଧ୍ୟ ପେମେଂଟ କରାଯାଇପାରିବ, ଯାହାକି ଏନପିସିଆଇର ଏପର୍ଯ୍ୟ”ର ସର୍ବୋତମ ଉନ୍ମୋଚନ ମଧ୍ୟରୁ ଅନ୍ୟତମ । ଭବିଷ୍ୟତରେ ନଗଦବିହୀନ ଅର୍ଥନୀତିକୁ ଆହୁରି ସୁଦୃଢ଼ କରି ସମଗ୍ର ଭାରତରେ ଉପଭୋକ୍ତାମାନଙ୍କ ପାଇଁ ଡିଜିଟାଲ ପେମେଂଟ ଗ୍ରହଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମେ ଆଶା କରୁଛୁ ଭାରତର ଲୋକମାନେ କମ ରାଶିର ପେମେଂଟ ପାଇଁ ଏହି ଦ୍ରୁତ ଏବଂ ବାଧାମୁକ୍ତ ଫିଚରକୁ ଗ୍ରହଣ କରିବେ ।

Get real time updates directly on you device, subscribe now.