fbpx

ଦିନକୁ ଏତିକି ଥର ଦାନ୍ତ ଘଷିବା ଦ୍ଵାରା କମିଥାଏ ଡାଇବେଟିସ! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ଦିନକୁ ଅତି କମରେ ତିନିଥର ବ୍ରସ କରିବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା କମିଯାଏ। ଅନୁସନ୍ଧାନରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ମେଟାବୋଲିକ୍ ଡିସଅର୍ଡର ପାଟି ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଦାନ୍ତରେ ହେଉଥିବା gums ଜନିତ ରୋଗକୁ ପିରିୟଡୋଣ୍ଟାଇଟିସ୍ କୁହାଯାଏ ।

ଗମ୍ ଏବଂ ହାଡର ବ୍ୟାକ୍ଟେରିଆ ସଂକ୍ରମଣ ହେତୁ ଏହି ରୋଗ ହୁଏ। ଯଦି ଠିକ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ଦାନ୍ତର ଯନ୍ତ୍ରଣା ବଢ଼ିଥାଏ। ଯେଉଁମାନଙ୍କର ଦାନ୍ତ ରୋଗ ଅଛି ସେମାନଙ୍କ ରକ୍ତରେ ଅଧିକ ମାତ୍ରାରେ ଇନଫ୍ଲାମାଟୋରି ମାର୍କର ଲେଭଲ ଅଧିକ ଥାଏ। ଏହା ଇନସୁଲିନ୍ ସେନସେଟିଭିଟିକୁ ହ୍ରାସ କରି ରକ୍ତରେ ଶର୍କରା ସ୍ତରକୁ ବଢାଇଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ଉପରେ କିଛି କହିବା ପୂର୍ବରୁ ଅଧିକ ଅନୁସନ୍ଧାନ ଆବଶ୍ୟକ। ଯଦିଓ ଦାନ୍ତ ସମସ୍ୟା ହେତୁ ମଧୁମେହର ସମସ୍ୟା ହୋଇପାରେ, କିଛି ଅନୁସନ୍ଧାନରୁ ଏହା ଜଣାପଡିଛି ଯେ କେବଳ ପାଟି ସ୍ୱାସ୍ଥ୍ଯ ନୁହେଁ ନିଜର ଅବହେଳା ଯୋଗୁଁ ମଧ୍ଯ ମଧୁମେହ ହେବାର ଆଶଙ୍କା ଅଧିକ ଥାଏ।

ମଧୁମେହ କାହିଁକି ଦାନ୍ତ ସମସ୍ୟା ସୃଷ୍ଟି କରେ?

ଅନୁସନ୍ଧାନ ଅନୁଯାୟୀ, ମଧୁମେହ ପାଟିରେ ଥିବା ଲାଳ ଗ୍ରନ୍ଥି ଉପରେ ପ୍ରଭାବ ପକାଇପାରେ। ଯେଉଁଥିପାଇଁ କମ୍ ସାଲିଭା ଆସିବା ଆରମ୍ଭ କରେ। ଲାଳରେ ଉଚ୍ଚ ଗ୍ଲୁକୋଜ ସ୍ତରର ପ୍ରଭାବ ଦାନ୍ତ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଦେଖାଯାଏ।

Get real time updates directly on you device, subscribe now.