କି ଦଣ୍ଡ! ସ୍କୁଲ ଫିସ ଆଣିବାକୁ ଭୁଲି ଯାଇଥିଲେ ଛାତ୍ର, ଶିକ୍ଷକ ଲେଖାଇଲେ ୩୦ ଥର ‘ଆସନ୍ତାକାଲି ମୁଁ ମୋର ଫିସ୍…’,

ମୁମ୍ବାଇ : ଦଣ୍ଡ ମୁକ୍ତ ଆହ୍ୱାନରେ ସ୍କୁଲ ପାଠପଢ ଚାଲୁଥିବା ବେଳେ ଶିକ୍ଷକଙ୍କ ଏଭଳି ଦଣ୍ଡ ଏବେ ନିନ୍ଦନୀୟ ପ୍ରସଙ୍ଗ ପାଲଟିଛି । ପାଠପଢାରେ ଅବହେଳା କରୁଥିବାରୁ ନୁହେଁ ବରଂ ଫିସ୍ ନ ଆଣିବାକୁ ଜଣେ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି ଯିଏ ଶୁଣୁଛି ସିଏ ନିନ୍ଦା କରୁଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ ପ୍ରଶାସନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି ।

ଏକ ଘରୋଇ ବିଦ୍ୟାଳୟରେ ପାଠପଢୁ ଥିବା କିଛି ଛାତ୍ର ସ୍କୁଲ ଫିସ୍ ନେବାକୁ ଭୁଲି ଯାଇଥିଲେ । ଏଥିରେ ଶିକ୍ଷକ ଉତକ୍ଷିପ୍ତ ହୋଇ ଦଣ୍ଡ ଦେଇଥିଲେ । ସେ ଦଣ୍ଡ ସ୍ୱରୂପ ସେ ପିଲାଟିକୁ ନିଜ ନୋଟ ବୁକ୍ ରେ ଲେଖାଥିଲେ ଯେ ‘ଆସନ୍ତା କାଲି ମୁଁ ଫିସ୍ ଆଣିବାକୁ ଭୁଲିବି ନାହିଁ’ । ଏହପରି ୩୦ ଥର ସେ ଛାତ୍ରକୁ ଲେଖାଇଥିଲେ । ଲେଖାଯାଇଥିବା ନୋଟର କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଅଭିଭାବକମାନେ ଶିକ୍ଷୟିତ୍ରୀଙ୍କୁ ଘୋର ବିରୋଧ କରିବା ଆରମ୍ଭ କରିଛନ୍ତି । ମହାରାଷ୍ଟ୍ରର ଥାନେ ସହରର ଏକ ଘରୋଇ ସ୍କୁଲରେ ଏହିି ଘଟଣା ଘଟିଛି । କିଛି ଛାତ୍ରଙ୍କୁ ସ୍କୁଲ ଫି ନ ଦେଇ ଜଣେ ଶିକ୍ଷୟିତ୍ରୀ ଦଣ୍ଡିତ କରିଥିବା ଅଭିଯୋଗ ହୋଇଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଥାନାର ଏକ ଘରୋଇ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଶିକ୍ଷୟିତ୍ରୀ ଏପ୍ରିଲ୍ ୧୯ ରେ ଫି ପ୍ରଦାନ କରିନଥିବା ଛାତ୍ରମାନଙ୍କୁ ‘ଆସନ୍ତାକାଲି ମୁଁ ମୋ ଫିସ୍ ଆଣିବାକୁ ଭୁଲିବି ନାହିଁ’ ବୋଲି ନୋଟବୁକରେ ୩୦ ଥର ଲେଖିବାକୁ କହିଥିଲେ। ଏହା ପରେ ସଂମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କଡାକାର୍ଯ୍ୟାନୁଷ୍ଠାନ କରାଯାଇଛି । ଉକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି ।