fbpx

Video: ଲିଙ୍ଗ ପରିବର୍ତ୍ତନକୁ ପ୍ରୋତ୍ସାହିତ କରୁଥିବା ଷ୍ଟାରବକ୍ସର ବିଜ୍ଞାପନ ଦେଖି ରାଗିଲେ ଗ୍ରାହକ: ଇଣ୍ଟରନେଟ୍‌ରେ ଟ୍ରେଣ୍ଡ କଲା ‘ଷ୍ଟାରବକ୍ସ ବଏକଟ୍’

ନୂଆଦିଲ୍ଲୀ: ଦେଶରେ ସମଲିଙ୍ଗୀ ବିବାହ ବିବାଦ ମଧ୍ୟରେ ଷ୍ଟାରବକ୍ସ ଏକ ବିଜ୍ଞାପନ ଜାରି କରିଛି ଯାହା ଭାରତରେ ଲିଙ୍ଗ ପରିବର୍ତ୍ତନକୁ ପ୍ରୋତ୍ସାହିତ କରୁଛି। #ItStartsWithYourName ସହିତ ଏକ ନୂତନ ଅଭିଯାନ ଆରମ୍ଭ କରି ଷ୍ଟାରବକ୍ସ ଏହି ବିଜ୍ଞାପନ ପ୍ରକାଶ କରିଛି। ଦୁଇ ମିନିଟ ଚାରି ସେକେଣ୍ଡ୍ କ୍ଲିପ୍‌ର ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବୃଦ୍ଧ ଦମ୍ପତି ଟାଟା ଷ୍ଟାରବକ୍ସ ଷ୍ଟୋର୍‌ରେ ପୁଅ ଅର୍ପିତ୍‌କୁ ଅପେକ୍ଷା କରିଛନ୍ତି। ତେବେ ତାଙ୍କ ବାପା ବିବ୍ରତ ମନେ ହେଉଥିଲେ ଏବଂ ମା’ ବାପାଙ୍କୁ ଶାନ୍ତ ରହିବାକୁ ଏବଂ କ୍ରୋଧ ନକରିବାକୁ ଅନୁରୋଧ କରିଥିଲେ।

ଏହାର କିଛି ସମୟ ପରେ ଜଣେ ଯୁବତୀ ବିଚଳିତ ମନରେ ଦମ୍ପତିଙ୍କ ନିକଟକୁ ଯାଇ ସେମାନଙ୍କ ପାଖରେ ବସିଥିଲେ। ସେତେବେଳେ ଜଣା ପଡିଛି ଯେ ଏହି ଦମ୍ପତି ପ୍ରଥମ ଥର ପାଇଁ ସେମାନଙ୍କର ଟ୍ରାନ୍ସଜେଣ୍ଡର ଝିଅକୁ ଭେଟୁଛନ୍ତି। ବିଜ୍ଞାପନର କାହାଣୀରେ ଅନୁଯାୟୀ ଦମ୍ପତିଙ୍କ ପୁଅ ଅର୍ପିତ ଲିଙ୍ଗ ପରିବର୍ତନ କରି ଝିଅ ହେବା ପରେ ତାର ନାମ ମହିଳା ପରିଚୟ-ଆର୍ପିତାକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ପରେ ସେମାନଙ୍କର ଦେଖା ହୋଇଥିଲା।

ସେମାନଙ୍କ ମଧ୍ୟରେ ଥିବା ଟେନସନକୁ ଆଡେଇ ଯାଇ, ବାପା କଫି ପାଇଁ ଏକ ଅର୍ଡର ଦେଇଥିଲେ। ଏହାପରେ କଫି ଷ୍ଟୋର୍‌ରେ ଥିବା ୱେଟର ଦମ୍ପତିଙ୍କ ଝିଅ ଅର୍ପିତାଙ୍କ ନାଁରେ ଅର୍ଡର ନେବାକୁ ଡାକୁଛନ୍ତି। ଏହି ସମୟରେ ତାଙ୍କ ବାପାଙ୍କ ଅନୁମୋଦନ ଅନୁଭବ କରି ଅର୍ପିତା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପରିବାର ମିଳିତ ହେବାପରେ ସମସ୍ତେ ଖୁସି ହୋଇଯାଇଥିଲେ। ତଥାପି, ଉପଭୋକ୍ତାମାନେ ଏହି ବିଜ୍ଞାପନକୁ ପସନ୍ଦ କରି ନାହାନ୍ତି।

ଷ୍ଟାରବକ୍ସ ଏହାର ଅଫିସିଆଲ୍ ହ୍ୟାଣ୍ଡେଲରେ ଟୁଇଟ୍ କରି ଲେଖିଛି ଯେ, “ତୁମର ନାମ ବ୍ୟାଖ୍ୟା କରେ ତୁମେ କିଏ – ଅର୍ପିତ୍‌ ହେଉ କିମ୍ବା ଅର୍ପିତା। ଷ୍ଟାରବକ୍ସରେ ଆମେ ତୁମକୁ ଭଲପାଉ ଏବଂ ଗ୍ରହଣ କରୁଛୁ।

 

Get real time updates directly on you device, subscribe now.