ଶିମଲା: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଆଗୁଆ ରହିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରାରମ୍ଭିକ ଧାରା କଂଗ୍ରେସ ସପକ୍ଷରେ ଯାଉଥିବା ଜଣାପଡିଛି । ଏହି ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୫ ଟି ଆସନରେ, ୮୭ ଟିରେ ବିଜେପି, ୨୭ ଟିରେ ଜେଡିଏସ ଏବଂ ଅନ୍ୟ ୫ ଟି ଆସନରେ ଅଗ୍ରଣୀ ଥିବା ଜଣାପଡିଛି । ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ ଶିମଲାର ଏକ ମନ୍ଦିରରେ ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରଚାର କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ପ୍ରିୟଙ୍କା ବିଜେପି ଉପରେ କଡ଼ା ଆକ୍ରମଣ କରିଥିଲେ ।
ପାର୍ଟି ପକ୍ଷରୁ ପ୍ରିୟଙ୍କା ମନ୍ଦିର ରେ ପୂଜାର୍ଚ୍ଚନା କରିବା ଭିଡିଓ ସେୟାର କରାଯାଇଛି । ପ୍ରିୟଙ୍କା ସେଠାରେ ଦେଶର ଏବଂ କର୍ଣ୍ଣାଟକର ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି । ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ହୁବାଲ୍ଲୀସ୍ଥିତ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି।
#KarnatakaElectionResults | कर्नाटक विधानसभा चुनाव के नतीजों के बीच कांग्रेस महासचिव प्रियंका गांधी ने शिमला के जाखू हनुमान मंदिर में की पूजा-अर्चना, देखें वीडियो #ResultsOnIndiaTV #KarnatakaResults #PriyankaGandhi pic.twitter.com/wWZjaiKx8O
— India TV (@indiatvnews) May 13, 2023
ଏହାପୂର୍ବରୁ କଂଗ୍ରେସ ରାହୁଲ ଗାନ୍ଧିଙ୍କ ଏକ ଭିଡିଓ ସେୟାର କରିଥିଲା। ଭିଡିଓ ସେୟାର କରି କଂଗ୍ରେସ କ୍ୟାପସନ ଦେଇ ଲେଖିଥିଲା, ମୁଁ ଅଜୟ, ମୋର ବହୁତ ଭରସା ରହିଛି, ହଁ ମୁଁ ଆଜି ଅଜୟ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି କି, କର୍ଣ୍ଣାଟକ ନିର୍ବାଚନ ପରିଣାମ ପାଇଁ କଂଗ୍ରେସ ମଧ୍ୟରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଆଜି ସକାଳ ୮ଟା ବେଳେ କର୍ଣ୍ଣାଟକ ବିଧାନସଭା ଭୋଟ୍ ଗଣନା ଆରମ୍ଭ ହେବାର ଦେଢ଼ ଘଣ୍ଟା ପରେ କଂଗ୍ରେସ ସମୁଦାୟ ଆସନରୁ କଂଗ୍ରେସ ଅଧାରୁ ଅଧିକରେ ଆଗୁଆ ରହିଛି । ୨୨୪ ଆସନବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୩୦ରୁ ଊର୍ଦ୍ଧ୍ବ ଆସନରେ ବିଜୟୀ ହେବ ବୋଲି କଂଗ୍ରେସ ନେତା ଆଶା ରଖିଛନ୍ତି ।ତେବେ ଏପର୍ଯ୍ୟନ୍ତ ଗଣତି ସୁଦ୍ଧା କଂଗ୍ରେସ ୧୩୨ ସିଟରେ ଆଗୁଆ ରହିଛି । ସେହିପରି ବିଜେପି ୭୩ରେ, ଜେଡିଏସ୍ ୧୭ ଏବଂ ଅନ୍ୟାନ୍ୟ ୨ଟି ଆସନରେ ଆଗୁଆ ରହିଛି ।
ଶିମୁଲାର ଜାଖୁରେ ସ୍ଥିତ ପ୍ରଭୁ ହନୁମାନଙ୍କର ସାରା ଦେଶରେ ମାନ୍ୟତା ରହିଛି । ଦୂର ଦୂରାନ୍ତରୁ ଲୋକମାନେ ନିଜ ମନୋକାମନା ନେଇ ଦର୍ଶନ କରିବାକୁ ଏଠାକୁ ଆସନ୍ତି । ଏଥର କର୍ଣ୍ଣାଟକ ନିର୍ବାଚନରେ ଭଗବାନ ହନୁମାନଙ୍କ ନାମ ବହୁଳ ଭାବରେ ବ୍ୟବହୃତ ହୋଇଛି। ଶିମଲା ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ କଂଗ୍ରେସର ବିଜୟ ପରେ ସମସ୍ତ କାଉନସିଲର ବଜରଙ୍ଗବାଲି ମନ୍ଦିରରେ ପହଞ୍ଚିଥିଲେ। ଯାହାର ଚିତ୍ର କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଟ୍ୱିଟ୍ କରିଛନ୍ତି।