fbpx

ଟ୍ରେନ୍ ଆଗକୁ ଡେଇଁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ପ୍ରେମକୁ ଜିତେଇବାକୁ ଯାଇଁ ଟ୍ରେନ୍ ଆଗକୁ ଡେଇଁପଡି ଜୀବନ ହାରିଲେ ୨ ପ୍ରେମୀଯୁଗଳ । ଏଭଳି ଘଟଣା ବାରାଣାସୀ-ଜଙ୍ଘଇ ରେଳଖଣ୍ଡର କନ୍ଧିଆ ରେଳଟ୍ରାକ୍ ନିକଟରେ ଘଟିଯାଇଛି । ଆତ୍ମହତ୍ୟା କରିଥିବା ପ୍ରେମୀଯୁଗଳ ହେଉଛନ୍ତି ଜୋନପୁର ସୁରେରୀ ଥାନା ହୀରାପଟ୍ଟୀ ଗ୍ରାମ ବାସିନ୍ଦା ସନ୍ଦୀପ ରାଜଭର (୨୨) ଓ କାଜଲ(୨୦) । ଆଜି ସେମାନଙ୍କ ଶବ ରେଳଟ୍ରାକରୁ ଉଦ୍ଧାର କରିଛି ପୋଲିସ । ଉଭୟଙ୍କ ଶରୀର ଓ ଚେହେରା କ୍ଷତାକ୍ତ ହୋଇଥିବା ଦେଖିବାକୁ ମିଳିଛି ।

ସମ୍ପର୍କୀୟଙ୍କ ଠାରୁ ଜଣାପଡିଛି ଯେ, କାଜଲ ଓ ସନ୍ଦୀପ ଦୁହେଁ ଦୁହିଁଙ୍କ ପ୍ରେମରେ ପାଗଳ ଥିଲେ । ଏଥିପାଇଁ କାଜଲକୁ ତାଙ୍କ ପରିବାର ଲୋକେ ଗାଳି କରିବାକୁ ଦୁହେଁ ଗତକାଲିଠାରୁ ଘରଛାଡି ପଳାଇଥିଲେ । ଆଜି ସେମାନଙ୍କୁ ମୃତଶରୀର ରେଳଟ୍ରାକ ନିକଟରୁ ଉଦ୍ଧାର ହୋଇଛି । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ ସତ୍ୟ ସାମାନକୁ ଆସିବ ବୋଲି ଡେପୁଟି ଏସପି ଲେଖରାଜ ସିଂହ କହିଛନ୍ତି ।

Get real time updates directly on you device, subscribe now.