fbpx

ମିଆଁମାର-ବାଂଲାଦେଶ ଉପକୂଳ ଅତିକ୍ରମ କଲା ‘ମୋକା’: ୨୮ କିମି ବେଗରେ ଗତି କରୁଛି ଭୀଷଣ ବାତ୍ୟା, ୫ ମୃତ

ନୂଆଦିଲ୍ଲୀ: ମିଆଁମାର-ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ମୋକା । ୨୮ କିମି ବେଗରେ ଗତି କରୁଛି ଅତ୍ୟନ୍ତ ଭୀଷଣ ବାତ୍ୟା । ଦିନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ଅତିକ୍ରମ କରିଛି ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଥିଲା ୧୮୦ରୁ ୨୧୦ କିମି । ବାତ୍ୟା ଯୋଗୁଁ ଏଯାଏ ୫ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି । ମଣିପୁର ଓ ମିଜୋରାମର କିଛି ଅଞ୍ଚଳ ଏଥିରେ ପ୍ରଭାବିତ ହୋଇଥିବା ଜଣାପଡିଛି ।

ପୂର୍ବରୁ ବାଂଲାଦେଶ ପାଣିପାଗ ବିଶେଷଜ୍ଞମାନେ କକ୍ସ ବଜାର ସମୁଦ୍ରବନ୍ଦର, ଚଟ୍ଟଗ୍ରାମ ଏବଂ ପେରା ବନ୍ଦର ପ୍ରତି ସତର୍କ ସୂଚନା ଜାରି କରିଥିଲେ। ମିଳିତ ଜାତିସଂଘର ଏଜେନ୍ସି ବିଶ୍ୱ ପାଣିପାଗ ବିଭାଗ ଚେତାବନୀ ଦେଇଥିବା ସୂଚନା ଅନୁସାରେ ଏହି ସୁପର ସାଇକ୍ଲୋନନ୍ ଦୁଇ ଦେଶର ଉପକୂଳରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି ଏବଂ ଭୂସ୍ଖଳନ ଘଟାଇବାର ସମ୍ଭାବନା ରହିଛି। ଉଭୟ ବାଂଲାଦେଶ ଏବଂ ମିଆଁମାର ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମେତ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଶିବିରରେ ଆଶ୍ରୟ ଦିଆଯାଇଛି ।

Get real time updates directly on you device, subscribe now.