ବେଙ୍ଗାଲୁରୁ: କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ, ଏନେଇ ଆଜି ସନ୍ଧ୍ୟାବେଳେ ଘୋଷଣା ହୋଇପାରେ । ମୁଖ୍ୟମନ୍ତ୍ରୀ କିଏ ହେବ, ତାହା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଚୟନ କରିବେ । କର୍ଣ୍ଣାଟକ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଛନ୍ତି । ସେହିପରି ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀର ଆସନ ମିଳିବାର ରେସ୍ ଆଗକୁ ବଢିବାର ସୂଚନା ସାମ୍ନାକୁ ଆସିଛି ।
ସୂତ୍ର ଅନୁଯାୟୀ, କଂଗ୍ରେସ କର୍ଣ୍ଣାଟକରେ ସରକାର ଗଠନ କରିବାର ଫର୍ମୁଲା ସୂତ୍ର ସ୍ଥିର କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ସୂଚନା ମିଳିଛି, ସେହି ଅନୁସାରେ ସିଦ୍ଧରମୈୟା ପୂର୍ନବାର ମୁଖୁମନ୍ତ୍ରୀ ହେବେ । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପଦ ଶିବକୁମାରଙ୍କୁ ପ୍ରଦାନ କରାଯିବ । ଏହା ସହିତ ଡି.କେ ମଧ୍ୟ ରାଜ୍ୟରେ ଦଳର କମାଣ୍ଡର ରହିବେ ଅର୍ଥାତ ସେ ରାଜ୍ୟ କଂଗ୍ରେସ ସଭାପତି ମଧ୍ୟ ହେବେ । ତେବେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି ବିଷୟରେ ନିଷ୍ପତ୍ତି ନେବାକୁ ପଡିବ ।
ଏହା ପୂର୍ବରୁ ରବିବାର ଦିନ କଂଗ୍ରେସ ବିଧାୟକ ଦଳର ବୈଠକରେ କଂଗ୍ରେସର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତାଙ୍କ ରାୟ ଜାଣିଛନ୍ତି । ଏଥିରେ ବିଧାୟ ମାନଙ୍କର ଅଲଗା ଅଲଗା ମୌଖିକ କଥା କୁହାଯାଇଥିଲା । ଏହାସହ ବିଧାୟକଙ୍କର ଗୁପ୍ତ ମତଦାନ କରାଯାଇଥିଲା ।
ସୋମବାର ଦିନ ତିନିଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧାୟକଙ୍କ ଗୁପ୍ତ ସ୍ଲିପ୍ ନେଇ ନୂଆଦିଲ୍ଲୀରେ ପହଞ୍ଚି ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିଧାୟକଙ୍କ ମତାମତ ସମ୍ପର୍କରେ ସୂଚନା ଦେଇଛନ୍ତି। କଂଗ୍ରେସ ସୂତ୍ର ଅନୁଯାୟୀ, ଶିବକୁମାରଙ୍କ ତୁଳନାରେ ସିଦ୍ଧରମୈୟା ଦୁଇଗୁଣ ବିଧାୟକଙ୍କ ସମର୍ଥନ ରହିଛି ଏବଂ କେବଳ ସିଦ୍ଧରମୈୟା ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇପାରିବେ।